ତିତିଲି ବାତ୍ୟା ଓ ବନ୍ୟା କ୍ଷୟ କ୍ଷତିର ପୁନରୁଦ୍ଧାର ମୁମ୍ବାଇ ଆଇଆଇଟି ପରାମର୍ଶରେ ହେବ

ଭୁବନେଶ୍ୱର ୨୨/୧୦ : ତିତିଲି ବାତ୍ୟା ଓ ବନ୍ୟା କ୍ଷୟ କ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଆଇଆଇଟି ମୁମ୍ବାଇର ପରାମର୍ଶ କ୍ରମେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି |

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ବସିଥିଲା | ବୈଠକ ପରେ ସ୍ବତନ୍ତ୍ର ରିଲିଫ କମିଶନର କ୍ଷୟକ୍ଷତି ପୁନରୁଦ୍ଧାର ସମ୍ପର୍କିତ ତଥ୍ୟ ଓ ଯୋଜନା ନେଇ ସୂଚନା ପ୍ରଦାନ କରିଛନ୍ତି।| ସେ କହିଛନ୍ତି, ବାତ୍ୟା ପ୍ରପୀଡିତ ୩ଟି ଜିଲ୍ଲା, ଗଜପତି, ଗଞ୍ଜାମ ଓ ରାୟଗଡା ପାଇଁ ମୋଟ ୩୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି | ରିଲିଫ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧୦୨ କୋଟି ଟଙ୍କା ଅଗ୍ରୀମ ଦିଆଯାଇଛି | ଏଥିସହ ରାସ୍ତା ମରାମତି ପାଇଁ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।ଏହା ବ୍ୟତୀତ ପୂର୍ତ୍ତ ବିଭାଗକୁ ୫୦ କୋଟି ଟଙ୍କା, ପଞ୍ଚାୟତିରାଜ ବିଭାଗକୁ ୬୨୪ କୋଟି ଟଙ୍କା, ଗୃହ ମରାମତି ପାଇଁ ୨୧୪ କୋଟି ଟଙ୍କା, ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ୨ କୋଟି ଟଙ୍କା , ଶକ୍ତି ବିଭାଗକୁ ୨୭ କୋଟି ଟଙ୍କା, ଉଠା ଜଳଲେଚନ ପଏଣ୍ଟ ମରାମତି ପାଇଁ ୭ କୋଟି ୭୪ ଲକ୍ଷ ଟଙ୍କା ଦିଆଯାଇଛି |

ଚାଷ କ୍ଷୟକ୍ଷତିର ଆକଳନ ରିପୋର୍ଟ ୨ ଦିନ ମଧ୍ୟରେ ଦେବାକୁ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ଉପକୂଳ ଜିଲ୍ଲାକୁ ଲାଗିଥିବା ଜିଲ୍ଲାମାନଙ୍କ ପାଇଁ ମଧ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି |



from News7 https://ift.tt/2ySXTW5
ତିତିଲି ବାତ୍ୟା ଓ ବନ୍ୟା କ୍ଷୟ କ୍ଷତିର ପୁନରୁଦ୍ଧାର ମୁମ୍ବାଇ ଆଇଆଇଟି ପରାମର୍ଶରେ ହେବ ତିତିଲି ବାତ୍ୟା ଓ ବନ୍ୟା କ୍ଷୟ କ୍ଷତିର ପୁନରୁଦ୍ଧାର ମୁମ୍ବାଇ ଆଇଆଇଟି ପରାମର୍ଶରେ ହେବ Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.