“ବିହାର ସେବାଶ୍ରମ ଦୁଷ୍କର୍ମ ମାମଲା ଭୟଙ୍କର, ଅଭିଯୁକ୍ତ ପ୍ରଭାବଶାଳୀ”

ନୂଆଦିଲ୍ଲୀ: ବିହାର ସେଲ୍ଟର ହୋମ୍‌ ମାମଲାର ଶୁଣାଣିରେ କଡ଼ା ମନ୍ତବ୍ୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ଶୁଣାଣି ସମୟରେ ସୁପ୍ରିମ୍‌କୋର୍ଟ କହିଥିଲେ ୩୪ ଜଣ କମ୍ ବୟସର ଝିଅଙ୍କ ସହିତ ଘଟିଥିବା ଏଭଳି ପାଶବିକ କାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ପ୍ରଭାବଶାଳୀ, ତେଣୁ ତାକୁ ରାଜ୍ୟ ବାହାରେ କୌଣସି ଜେଲ୍‌ରେ ରଖାଯାଉ। ତଦନ୍ତରେ ପ୍ରଭାବ ଆଣିବା ନେଇ ନିଶ୍ଚିତତା ପ୍ରକାଶ କରି ସୁପ୍ରିମ୍‌କୋର୍ଟ ଏପରି କହିଛନ୍ତି। ଏନେଇ କୋର୍ଟ ବ୍ରଜେଶକୁ ମଧ୍ୟ ଏକ ନୋଟିସ୍‌ ପଠାଛନ୍ତି। ଏହାର ଉତ୍ତରରେ ସେ ଦର୍ଶାଇବାକୁ ହେବ ଯେ, ମାମଲାର ମୁକ୍ତ ତଦନ୍ତ ପାଇଁ ତାକୁ ଅନ୍ୟ ରାଜ୍ୟର ଜେଲ୍‌ରେ କାହିଁକି ରଖାଯିବନି।

ଅନ୍ୟପକ୍ଷରେ ଏହି ମାମଲା ବାବଦରେ ମତ ଦେଇ କହିଥିଲେ, ଏହି ଦୁଷ୍କର୍ମ କାଣ୍ଡ ଭୟାନକ ଏବଂ ଆତଙ୍କ ସୃଷ୍ଟିକାରୀ। ବିହାର ସରକାର କ’ଣ କରୁଛନ୍ତି ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ବିହାର ବାହାର କୌଣସି ଜେଲ୍‌ରେ ବ୍ରଜେଶକୁ ରଖାଯିବା ନିଶ୍ଚିତ ଥିବାବେଳେ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଶେଖର ବର୍ମାଙ୍କୁ ଏଯାଏ କାହିଁକି ଗିରଫ କରାଯାଇନାହିଁ ବୋଲି ମଧ୍ୟ ସରକାର ଏବଂ ସିବିଆଇକୁ ପ୍ରଶ୍ନ କରିଛନ୍ତି ସୁପ୍ରିମ୍‌କୋର୍ଟ। ଶେଖରଙ୍କ ନାମରେ ଅଭିଯୋଗ ଆସିବାପରେ ମଞ୍ଜୁ ଇସ୍ତଫା ଦେଇଥିଲେ।

ମୁଜାଫରପୁରଠାରେ ଥିବା ଏହି ସେଲ୍ଟର ହୋମ୍‌କୁ ଶେଖର ଏବଂ ବ୍ରଜେଶ ଅନେକ ଥର ଯାଇଥିବା ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀ ପୂର୍ବରୁ ସୂଚନା ଦେଇଛନ୍ତି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେବାପରେ ଗତ ଅକ୍ଟୋବର ୧୧ ତାରିଖରେ ‘ବାଳିକା ଗୃହ’ ଏବଂ ‘ସେବା ସଂକଳ୍ପ ଏବଂ ବିକାଶ ସମିତି’ ପରିସରରେ ଚଢ଼ଉ କରିଥିଲା।

ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ମାଲିକାନାରେ ଥିବା ଏହି ସେଲ୍ଟର ହୋମ୍‌ରେ ଅର୍ଥ ହେରଫେର ହେଉଥିବା ସନ୍ଦେହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ସରକାରୀ ଅର୍ଥରେ ଚାଲୁଥିବା ଜଣାଯାଇଛି।



from Odisha Reporter
“ବିହାର ସେବାଶ୍ରମ ଦୁଷ୍କର୍ମ ମାମଲା ଭୟଙ୍କର, ଅଭିଯୁକ୍ତ ପ୍ରଭାବଶାଳୀ” “ବିହାର ସେବାଶ୍ରମ ଦୁଷ୍କର୍ମ ମାମଲା ଭୟଙ୍କର, ଅଭିଯୁକ୍ତ ପ୍ରଭାବଶାଳୀ” Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.