
ଦୁବାଇ: ଭାରତ-ପାକିସ୍ତାନ ୨୦୧୭ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ରେ ଘଟିଥିବା ଆଉ ଗୋଟିଏ ଘଟଣା ଏବେ ପୁଣି ସାମ୍ନାକୁ ଆସିଛି। ଭାରତ ଏହି ମ୍ୟାଚ୍ ହାରିବାରୁ ପାକିସ୍ତାନ ଚାମ୍ପିୟନ୍ ହୋଇଥିଲା। ଉକ୍ତ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଏବଂ ଏହାର କର୍ଣ୍ଣଧାର ସାଜିଥିଲେ ପାକିସ୍ତାନର ବାମହାତୀ ଦ୍ରୁତ ବୋଲର୍ ମହମ୍ମଦ ଆମୀର। ସେ ଟିମ୍ ଇଣ୍ଡିଆର ରନ୍ ମେସିନ୍ ବିରାଟ୍ଙ୍କୁ ମାତ୍ର ୫ ରନ୍ରେ ଆଉଟ୍ କରି ଦେଇଥିଲେ।
ତେବେ ବିରାଟ୍ଙ୍କ ୱିକେଟ୍ ପାଇବା ପାଇଁ ସେ କ’ଣ କରିଥିଲେ, ଦୀର୍ଘ ଏକ ବର୍ଷ ପରେ ଏହାର ଖୁଲାସା କରିଛନ୍ତି। ବିରାଟ୍ଙ୍କ ୱିକେଟ୍ ପାଇଁ ସେ ଆଲ୍ଲାଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଏହାର ପରବର୍ତ୍ତୀ ବଲ୍ରେ ୱିକେଟ୍ ମଧ୍ୟ ପାଇଥିଲେ। କେବଳ ବିରାଟ୍ ନୁହନ୍ତି ଆମୀର ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ।

‘ଭଏସ୍ ଅଫ୍ କ୍ରିକେଟ୍ ଶୋ’ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଆମୀର କହିଛନ୍ତି, “ ମ୍ୟାଚ୍ର ତୃତୀୟ ଓଭର୍ରେ ହିଁ ବିରାଟ୍ ଓ ମୋର ସାମ୍ନାସାମ୍ନି ହୋଇଥିଲା। ପ୍ରଥମେ ବିରାଟ୍ଙ୍କୁ ମୁଁ ଇନ୍ସୁଇଂ ବଲ୍ ପକାଇଥିଲି। ସେ ଏହାକୁ ଖେଳି ପାରି ନଥିଲେ। ଏହା ପୂର୍ବରୁ ଆଉ ଏକ ଇନ୍ସୁଇଂରେ ମୁଁ ରୋହିତ ଶର୍ମାଙ୍କୁ ମଧ୍ୟ ଆଉଟ୍ କରିଥିଲି। ମୋର ଏକ ଇନସୁଇଂକୁ ବୁଝି ନପାରି ବିରାଟ୍ ସ୍ଲିପ୍ରେ ଥିବା ଆଝାର ଅଲ୍ଲୀଙ୍କୁ କ୍ୟାଚ୍ ଦେଇଥିଲେ। ହେଲେ ସେ ଏହାକୁ ଛାଡ଼ି ଦେଇଥିଲେ। ମୁଁ ଭାବିଲି ଯଦି ବିରାଟ୍ ଆଉଟ୍ ନହୁଅନ୍ତି, ତା’ହେଲେ ଆମେ ମ୍ୟାଚ୍ ଜିତି ପାରିବୁ ନାହିଁ। ଏହି ସମୟରେ ମୁଁ ବିରାଟ୍ଙ୍କ ୱିକେଟ୍ ପାଇଁ ଆଲ୍ଲାଙ୍କୁ ପ୍ରାର୍ଥନା କରିଥିଲି। ଏହାର ପରବର୍ତ୍ତୀ ବଲ୍ରେ ମୁଁ ଶଦାବ ଖାନ୍ଙ୍କ ହାତରେ ବିରାଟ୍ଙ୍କୁ ଆଉଟ୍ କରିଦେଇଥିଲି।”
ତେବେ କ୍ରିକେଟ୍ର ଦୁଇ ଜଣ ମହାନ ଖେଳାଳି ସଚିନ୍ ତେନ୍ଦୁଲକର ଓ ବିରାଟ୍ କୋହଲିଙ୍କ ୱିକେଟ୍ ମଧ୍ୟରୁ କାହାର ୱିକେଟ୍ ସ୍ପେଶାଲ୍ ଥିଲା ବୋଲି ପ୍ରଶ୍ନର ଉତ୍ତରରେ ଆମୀର କହିଛନ୍ତି, ଉଭୟ ମହାନ ଓ ବଡ଼ ବ୍ୟାଟସ୍ମ୍ୟାନ୍। କିନ୍ତୁ ତେନ୍ଦୁଲକରଙ୍କ ୱିକେଟ୍ ମୋ ପାଇଁ ସ୍ୱତନ୍ତ୍ର ଥିଲା। କାରଣ ମୁଁ ଯେତେବେଳେ ଟିମ୍କୁ ଆସିଲି, ସଚିନ୍ଙ୍କ ବିଷୟରେ ଅନେକ ଶୁଣିଥିଲି। ମୁଁ ନୂଆ ଖେଳାଳି ଭାବେ ତାଙ୍କ ୱିକେଟ୍ ନେଇଥିବାରୁ ଏହା ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିଛି ବୋଲି ଆମୀର କହିଛନ୍ତି।

ଦେଖନ୍ତୁ ଭିଡିଓ:
from Odisha Reporter
Reviewed by SUBHENDU BARAL
on
October 17, 2018
Rating:
No comments: