
ମୁମ୍ବାଇ: ଭାରତର କୋଣ ଅନୁକୋଣରେ ପ୍ରସିଦ୍ଧି ଲାଭ କରିଥିବା ସଂଗୀତ ନିର୍ମାତା କମ୍ପାନୀ ଟି-ସିରିଜ୍କୁ କିଏ ନଜାଣେ। ଭଜନ ହେଉ କିମ୍ବା ଫିଲ୍ମ, ମନୋରଞ୍ଜନ କ୍ଷେତ୍ରରେ ଏକ ପରିଚିତ ନାମ ଏବଂ ଆମ ସମସ୍ତଙ୍କ ପିଲାଦିନକୁ ରଙ୍ଗିନ କରିଥିବା ଟି-ସିରିଜ୍ ଏବେ ଶ୍ରେଷ୍ଠତମ ସଫଳତା ହାସଲ କରିବାକୁ ଯାଉଛି। ସଙ୍ଗୀତ ପରି ଅନ୍ୟ ସମସ୍ତ ସ୍ୱୟଂସମ୍ପୂର୍ଣ୍ଣ ବିଷୟବସ୍ତୁର ବ୍ୟବସାୟୀକରଣ ପାଇଁ ସୁବର୍ଣ୍ଣ ସୁଯୋଗ ଦେଉଥିବା ୟୁଟ୍ୟୁବ୍ରେ ଏବେ ସବୁଠାରୁ ଲୋକପ୍ରିୟ ପ୍ରତିପାଦିତ ହେବ ଟି-ସିରିଜ୍।
କାରଣ ପୂର୍ବରୁ ସବୁଠାରୁ ଅଧିକ ସବ୍ସ୍କ୍ରାଇବ୍ ହୋଇଥିବା ଚ୍ୟାନେଲ ପ୍ୟୁଡାଇପାଇକୁ ହଟାଇବାକୁ ଆଉ ଅଳ୍ପ କିଛି ସବ୍ସ୍କ୍ରାଇବର ପଛରେ ଅଛି ୟୁଟ୍ୟୁବ୍। ଗତକାଲି ଅର୍ଥାତ ୨୪ ତାରିଖରେ ଟି-ସିରିଜ୍ର ସବ୍ସ୍କ୍ରାଇବର ସଂଖ୍ୟା ୬ କୋଟି ୭୦ ଲକ୍ଷ ଟପିଯିବ।
ବର୍ତ୍ତମାନ ଶୀର୍ଷରେ ଥିବା ପ୍ୟୁଡାଇପାଇ ଏହି ମାଇଲ୍ଷ୍ଟୋନ୍କୁ ଚଳିତ ମାସରେ ହିଁ ହାସଲ କରିଥିଲା।
ପ୍ୟୁଡାଇପାଇଙ୍କ ପ୍ରକୃତ ନାମ ଫେଲିକ୍ସ ଜେଲବର୍ଗ, ଯେକି ୨୦୧୩ ମସିହାରେ ଶ୍ରଷ୍ଠ ୟୁଟ୍ୟୁବ୍ ଚ୍ୟାନେଲ୍ ହେବାର ଗୌରବ ହାସଲ କରିଥିଲେ। ଟିସିରିଜ୍ ମୁଖ୍ୟତଃ ମ୍ୟୁଜିକ୍ ଭିଡିଓ ଏବଂ ଫିଲ୍ମ ଟ୍ରେଲରରୁ ଏଭଳି ଫଲୋୟର ପାଇଥାଏ। ଟିସିରିଜ୍ ୨୦୦୬ ମସିହାରେ ଆରମ୍ଭ ହୋଇଥିବାବେଳେ ପ୍ୟୁଡାଇପାଇ ଏହାର ୪ ବର୍ଷ ପରେ ଆରମ୍ଭ ହୋଇଥିଲା।
୨୯ ଅକ୍ଟୋବର ସୋମବାର ଦିନ ଟିସିରିଜ୍ ପ୍ରଥମ ସ୍ଥାନକୁ ହାସଲ କରିନେବ ବୋଲି ଏକ ଫାର୍ମ ଆକଳନ କରିଛି। କାରଣ ଅକ୍ଟୋବର ମାସରେ ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲ୍ ଟି-ସିରିଜ୍ର ଫଲୋୟର୍ସଙ୍କ ସଂଖ୍ୟା ୧,୨୦,୦୦୦ ଥିଲାବେଳେ ପ୍ୟୁଡାଇପାଇର ଫଲୋୟର୍ସଙ୍କ ସଂଖ୍ୟା ମାତ୍ର ୨୭,୦୦୦ ଥିଲା।
from Odisha Reporter
Reviewed by SUBHENDU BARAL
on
October 25, 2018
Rating:
No comments: