ପଞ୍ଜାବ ୨୬/୧୦ : ପଞ୍ଜାବର ଜଣେ ୮ ମାସର ଶିଶୁ କନ୍ୟାର ଓଜନ ୧୭ କେଜି | ଅତ୍ୟଧିକ ଓଜନ ଯୋଗୁଁ ତାଙ୍କ ପରିବାରଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଏହି ଶିଶୁ କନ୍ୟାର ନାଁ ଚାହତ କୁମାର | ତେବେ ଚାହତ ତାଙ୍କ ବୟସର ଅନ୍ୟାନ୍ୟ ଶିଶୁଙ୍କ ଠାରୁ ପ୍ରଚୁର ଅଧିକ ଖାଆନ୍ତି | ଗୋଟିଏ ୧୦ ବର୍ଷର ଛୁଆ ଯେତିକି ଖାଏ ଚାହତର ଖାଇବା ତାଠାରୁ ବି ଅଧିକ | ମୋଟା ଚର୍ମ ଯୋଗୁଁ ଚାହତର ଶିରା ପ୍ରଶିରା ଦେଖାଯାଉନଥିବା ଯୋଗୁଁ, ତାଙ୍କ ଦେହରେ ସିରିଞ୍ଜ ମଧ୍ୟ ପଶୁନି | ଯେଉଁଥିପାଇଁ ଡାକ୍ତରମାନେ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି | ଡାକ୍ତରମାନେ ଚାହତର ରକ୍ତ ପରୀକ୍ଷା ମଧ୍ୟ କରିପାରୁନାହାନ୍ତି | ରକ୍ତ ପରୀକ୍ଷା କରିପାରୁନଥିବା ଯୋଗୁଁ ଓଜନ ବଢିବାର ପ୍ରକୃତ କାରଣ ଜାଣିବାରେ ଅକ୍ଷମ ହୋଇଛନ୍ତି ଡାକ୍ତର | ଅତ୍ୟଧିକ ଓଜନ ଯୋଗୁଁ ଚାହତ ସଠିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ କି ଭଲ ଭାବେ ଶୋଇ ମଧ୍ୟ ପାରୁନାହିଁ |

ତେବେ ଚାହତର ଏଭଳି ଅବସ୍ଥା ଯୋଗୁଁ ତାଙ୍କ ବାପା ମା ବହୁତ ଚିନ୍ତିତ | ଚାହତର ବାପା ମା ଭବିଷ୍ୟତରେ ସେ କେମିତି ଭଲରେ ଏବଂ ଖୁସିରେ ରହିବ ସେନେଇ ବହୁତ ଚିନ୍ତିତ | ତେବେ ଡାକ୍ତର ଚାହତକୁ ସୁସ୍ଥ ରଖିବା ପାଇଁ କୌଣସି ନା କୌଣସି ଉପାୟ ବାହାର କରିବେ ବୋଲି ଚାହତର ବାପା ମା ଆଶା ପ୍ରକାଶ କରିଛନ୍ତି |
<iframe width=”500″ height=”281″ src=”https://www.youtube.com/embed/kNBPOsjrI5s” frameborder=”0″ allow=”autoplay; encrypted-media” allowfullscreen></iframe>
from News7 https://ift.tt/2z5QSS8
No comments: