ମୁହଁ ଖୋଲି ନାମ ନେଲେ ରାକ୍ଷୀ, ଗଣିବେ ୧୦ କୋଟି ଟଙ୍କା

ମୁମ୍ବାଇ: ତନୁଶ୍ରୀ ଦତ୍ତ ବଲିଉଡ୍‌ରେ #MeToo ଅଭିଯାନରେ ପ୍ରଥମେ ସାମିଲ୍‌ ହୋଇ ନାନା ପାଟେକରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହି ଘଟଣାରେ ଅନେକ ବଲିଉଡ୍‌ ଷ୍ଟାର ତନୁଙ୍କ ସପୋର୍ଟରେ ବାହାରିଥିଲେ। କିନ୍ତୁ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ ତାଙ୍କ ନା’ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଉ ଆଜି ସେହି ମନ୍ତବ୍ୟର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫସି ଯାଇଛନ୍ତି ରାକ୍ଷୀ। ତନୁଶ୍ରୀ ତାଙ୍କ ନାଁରେ ମାନହାନୀ ମକୋଦ୍ଦମା ଦାଏର କରିଛନ୍ତି। ଏହା ସହ ଦାବି କରିଛନ୍ତି ୧୦ କୋଟି ଟଙ୍କା ।

ତେବେ ଚାଲନ୍ତୁ ଜାଣିବା ରାଖୀ ତାଙ୍କ ନା’ରେ କ’ଣ କହିଥିଲେ

ବିଗତ ଦିନରେ ରାଖୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ଗୀତରେ ତନୁଙ୍କୁ ରିପ୍ଲେସ୍‌ କରିଥିଲେ। କାରଣ ତନୁ ଫିଲ୍ମର ଗୀତ ଅଧା ଶୁଟ୍‌ କରି ମଝିରେ ଛାଡ଼ି ଦେଇଥିଲେ।  ତା’ପରେ ତାଙ୍କୁ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଓ ନାନା ପାଟେକର ଫୋନ୍‌ କରି ସେଟ୍‌କୁ ଡାକି ସେହି ଗୀତ ଶୁଟ୍‌ କରିବାକୁ କହିଥିଲେ। ରାକ୍ଷୀ କହିଥିଲେ ସେ ସେଟ୍‌ରେ ପହଞ୍ଚି ଦେଖିଲେ ତନୁ ତାଙ୍କ ଭ୍ୟାନ୍‌ରେ ନିଜକୁ ଲକ୍‌ କରିଦେଇଛନ୍ତି। ତାଙ୍କୁ ଯିଏ ଯେତେ ଡାକିଲେ ବି ସେ ଶୁଣି ନ ଥିଲେ।  ରାଖୀ କହିଥିଲେ ସେ ସେଠାକୁ ତାଙ୍କୁ୧୦ ଥର ଡାକିବାକୁ ଯାଇଥିଲେ। କିନ୍ତୁ ସେ ଶୁଣି ନ ଥିଲେ। ତାପରେ ରାକ୍ଷୀ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଫୋନ୍‌ କରିବାରୁ ଜଣା ପଡ଼ିଲା ଯେ, ଡ୍ରଗ୍ସ ନେଇ ସେ ୪ ଘଣ୍ଟା ବେହୋସ୍‌ ପଡ଼ିଥିଲେ। ଆଉ ଆଜି ସେ ବଡ଼ ବଡ଼ କଥା କହୁଛନ୍ତି ବୋଲି ରାକ୍ଷୀ କହିଥିଲେ।

ତାଙ୍କ ଅସଲ ରୂପ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହାନ୍ତି ବୋଲି ମଧ୍ୟ ସେ ଖୋଲାଖୋଲି କହିଥିଲେ।

ଆହୁରି ପଢନ୍ତୁ: ଡ୍ରଗ୍ସ ଖାଇ ତନୁଶ୍ରୀଙ୍କ ଏମିତି ଅବସ୍ଥା

 



from Odisha Reporter
ମୁହଁ ଖୋଲି ନାମ ନେଲେ ରାକ୍ଷୀ, ଗଣିବେ ୧୦ କୋଟି ଟଙ୍କା ମୁହଁ ଖୋଲି ନାମ ନେଲେ ରାକ୍ଷୀ, ଗଣିବେ ୧୦ କୋଟି ଟଙ୍କା Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.