ବଲିଉଡରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଫଳତାର ଶୀର୍ଷରେ ଥିବା ସତ୍ତ୍ବେ ବିବାହ କରିନାହାନ୍ତି। ଆସନ୍ତୁ ଜାଣିବା ଏହି ୯ଜଣ କୁଆଁରୀ ଅଭିନେତ୍ରୀଙ୍କ ବିଷୟରେ
୧.ଆଶା ପାରେଖ: ଆଶା ପାରେଖ ନିଜ ଜମାନାରେ ଜଣେ ସଫଳ ଅଭିନେତ୍ରୀ ଥିଲେ। ସେ ପାଖାପାଖି ସବୁ ବଡ଼ ଅଭିନେତ୍ରୀଙ୍କ ସହ କାମ କରିଥିଲେ। କୁହାଯାଏ ତାଙ୍କ ଦୃଢ଼ ବ୍ୟକ୍ତିତ୍ବ ଯୋଗୁଁ ସେ ବିବାହ କରିନଥିଲେ।
୨.ନନ୍ଦା: ନନ୍ଦାଙ୍କୁ ବିଗତ ଦିନର ସବୁଠୁ ସୁନ୍ଦର ଅଭିନେତ୍ରୀ ଭାବରେ ଗଣାଯାଏ। ଫିଲ୍ମ ନିର୍ଦ୍ଦେଶକ ମନମୋହନ ଦେଶାଇଙ୍କ ସହ ନନ୍ଦାଙ୍କ ନିର୍ବନ୍ଧ ସରିଥିଲା କିନ୍ତୁ ବିବାହ ପୂର୍ବରୁ ମନମୋହନ ଦେଶାଇଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଫଳରେ ସେ ଆଉ ବିବାହ କରିନଥିଲେ।
୩.ସୁରୈୟା: ବିଗତ ଦିନର ଗାୟିକା ଓ ଅଭିନେତ୍ରୀ ସୁରୈୟା ଦେବାନନ୍ଦଙ୍କୁ ପ୍ରେମ କରୁଥିଲେ କିନ୍ତୁ ମାଙ୍କ ବାରଣ ଯୋଗୁଁ ସେ ତାଙ୍କ ସହ ବିବାହ କରିନଥିଲେ। ଏହା ପରେ ସେ ଆଉ ବିବାହ କରିନଥିଲେ।
୪.ପରବିନ ବବି: ପରବିନ ବବି ସବୁଠୁ ଗ୍ଲାମରସ୍ ଅଭିନେତ୍ରୀ ଭାବେ ଜଣାଯାଉଥିଲେ। ତାଙ୍କ ନାଁ ମଧ୍ୟ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ଭଳି ବଡ଼ କଳାକାରଙ୍କ ସହ ଯୋଡ଼ାଯାଇଥିଲା କିନ୍ତୁ ସେ କାହାକୁ ବିବାହ କରିନଥିଲେ।
୫.ଅନୁ ଅଗ୍ରଓ୍ବାଲ: ଆଶିକୀ ଭଳି ସୁପରହିଟ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଅନୁ ଅଗ୍ରଓ୍ବାଲଙ୍କ ଦୁର୍ଘଟଣାରେ ଚେହେରା ଖରାପ ହୋଇଯିବା ଫଳରେ ସେ ବଲିଉଡ ଜଗତରୁ ଦୂରେଇ ଯାଇଥିଲେ। ପରେ ଜଣାପଡ଼ିଥିଲା ଯେ ସେ ବିବାହ କରିନଥିଲେ।
୬.ସୁସ୍ମିତା ସେନ୍: ବିଶ୍ବ ସୁନ୍ଦରୀ ସୁସ୍ମିତା ସେନ୍ ଅନେକ ସଫଳ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଦୁଇଜଣ ଝିଅଙ୍କୁ ପୋଷ୍ୟ ପୁତ୍ରୀଭାବେ ଗ୍ରହଣ କରିଥିଲେ। ଅନେକ ଅଭିନେତାଙ୍କ ସହ ସୁସ୍ମିତାଙ୍କ ନାମ ଯୋଡ଼ାଯାଇଥିଲେ ମଧ୍ୟ ସେ ବିବାହ କରିନଥିଲେ।
୭.ତବ୍ବୁ: ତବ୍ବୁଙ୍କ ନାଁ ନିର୍ଦ୍ଦେଶକ ସାଜିଦ ନାଦିଆଦଓ୍ବାଲାଙ୍କ ସହ ଯୋଡ଼ାଯାଇଥିଲା କିନ୍ତୁ ପରେ ତାଙ୍କର ବ୍ରେକଅପ୍ ହୋଇଯାଇଥିଲା ଏବଂ ଏହା ପରେ ତାଙ୍କର ନାମ ଦକ୍ଷିଣ ଭାରତୀୟ ଅଭିନେତା ନାଗାର୍ଜ୍ଜୁନଙ୍କ ସହ ଯୋଡ଼ାଯାଇଥିଲା। କିନ୍ତୁ ବାସ୍ତବରେ ସେ ଆଜି ମଧ୍ୟ ଏକୁଟିଆ ଅଛନ୍ତି।
୮.ନଗମା: ହିନ୍ଦୀ ଓ ଭୋଜପୁରୀ ଫିଲ୍ମର ସଫଳ ଅଭିନେତ୍ରୀ ନଗମାଙ୍କ ନାଁ ସଫଳ କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ସହ ଯୋଡ଼ାଯାଇଥିଲା। ବର୍ତ୍ତମାନ କଂଗ୍ରେସ୍ ନେତା ଥିବା ନଗମା ଏବେ ମଧ୍ୟ କୁଆଁରୀ ଅଛନ୍ତି।

୯.ଅମିଶା ପଟେଲ: କହୋ ନା ପ୍ୟାର ହେ ଏବଂ ଗଦର ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ଅମିଶା ପଟେଲ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟଙ୍କ ସହ ଅନେକ ଦିନ ସମ୍ପର୍କରେ ଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଅଲଗା ହୋଇଯାଇଛନ୍ତି ଏବଂ ଅମିଶା ବିବାହ କରିନାହାନ୍ତି।

from News7 https://ift.tt/2NW4AMT
No comments: