ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼

ଭାଇଜାଗ ୨୫/୧୦: ଓ୍ବାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପରେ ଭାଇଜାଗ ବିମାନବନ୍ଦରଠାରେ ଆକ୍ରମଣ ହୋଇଛି। ଜଣେ ଅଜଣା ବ୍ୟକ୍ତି ଜଗନମୋହନ ରେଡ୍ଡୀଙ୍କୁ ଛୁରାରେ ଆକ୍ରମଣ କରିଛି। ଆକ୍ରମଣରେ ଜଗନମୋହନଙ୍କ ବାହୁରେ କ୍ଷତ ହୋଇଛି। ବିମାନବନ୍ଦର ମଧ୍ୟରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ଭାଇଜାଗରୁ ହାଇଦ୍ରାବାଦ ଅଭିମୁଖେ ଯିବାପାଇଁ ଜଗନମୋହନ ଅପେକ୍ଷା କରିଥିବାବେଳେ ଏହି ଆକ୍ରମଣ ହୋଇଛି। ଆକ୍ରମଣର କାରଣ ଜଣାପଡ଼ିନାହିଁ। ଆକ୍ରମଣକାରୀକୁ ପୋଲିସ୍ ତୁରନ୍ତ ଗିରଫ କରି ପଚରାଉଚୁରା କରୁଛି। ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରା ପୋଲିସ୍ ଜବତ କରିଛି। ଭାଇଜାଗ ଜିଲ୍ଲାର ସାଲୁରଠାରେ ପଦଯାତ୍ରା ସରିବାପରେ ଜଗନମୋହନ ହାଇଦ୍ରାବାଦ ଫେରୁଥିଲେ।

 



from News7 https://ift.tt/2PYqQYl
ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ ଓ୍ବାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.