କୃଷକଙ୍କ ପୁଅ ରଚିଲେ ଇତିହାସ, ଜିତିଲେ ରୌପ୍ୟ ପଦକ

akash

ବୁଏନ୍‌ସ ଆଇରସ: ୟୁଥ୍ ଅଲିମ୍ପିକ୍ସ ଗେମ୍ସ ୨୦୧୮ରେ ଇତିହାସ ରଚିଛନ୍ତି ଆକାଶ ମଲିକ। ଏହି ପ୍ରତିଯୋଗିତାରେ ସେ ପ୍ରଥମ ଭାରତୀୟ ତୀରନ୍ଦାଜ୍ ଭାବେ ରୌପ୍ୟ ପଦକ ଜିତିଛନ୍ତି। ଏହା ପୂର୍ବରୁ ୟୁଥ୍ ଅଲିମ୍ପିକ୍ସ ଗେମ୍ସର ୨୦୧୪ ସଂସ୍କରଣରେ ଅତୁଲ ବର୍ମା ତୀରନ୍ଦାଜରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଆକାଶ ଆମେରିକାର ଟ୍ରେଣ୍ଟନ୍ କୋୱଲେସ୍‌ଙ୍କଠାରୁ ଫାଇନାଲ୍‌ରେ ହାରି ଯାଇଥିଲେ।

୧୫ ବର୍ଷୀୟ ଆକାଶଙ୍କ ବାପା ଜଣେ କୃଷକ। ତାଙ୍କ ଘର ହିୟାଣାରେ। ରୌପ୍ୟ ପାଇଥିବାରୁ ଆକାଶଙ୍କ ମନୋବଳ ବଢ଼ିଛି, ତେବେ ସ୍ୱର୍ଣ୍ଣ ପଦକ ନପାଇବାରୁ ଟିକେ ମନ ଦୁଃଖ ରହିଛି।

ଗତକାଲି ୟୁଥ୍ ଅଲିମ୍ପିକ୍ସ ଗେମ୍ସ ୨୦୧୮ ଶେଷ ହୋଇଥିବା ବେଳେ ଭାରତ ମୋଟ ୩ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି।



from Odisha Reporter
କୃଷକଙ୍କ ପୁଅ ରଚିଲେ ଇତିହାସ, ଜିତିଲେ ରୌପ୍ୟ ପଦକ କୃଷକଙ୍କ ପୁଅ ରଚିଲେ ଇତିହାସ, ଜିତିଲେ ରୌପ୍ୟ ପଦକ Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.