ଓ୍ବେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଲେ ଧୋନୀ : ଜାଣନ୍ତୁ କାହିଁକି

ପୁଣେ ୨୭/୧୦: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ବାଦ୍ ଦିଆଯାଇଛି। ସେହିଭଳି ଅଧିନାୟକ ବିରାଟ କୋହଲି ମଧ୍ୟ ଟି-୨୦ ସିରିଜ ଖେଳିବେ ନାହିଁ। ତାଙ୍କୁ ବିଶ୍ରାମ ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଅଷ୍ଟ୍ରେଲିଆରେ ହେବାକୁ ଥିବା ଅଷ୍ଟ୍ରେଲିଆ-ଭାରତ ଟି-୨୦ ସିରିଜରୁ ମଧ୍ୟ ମହେନ୍ଦ୍ର ସିଂ ଧୋନୀଙ୍କୁ ବାଦ୍ ଦିଆଯାଇଛି।

ଶୁକ୍ରବାର ରାତିରେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୭ମସିହାରେ ଧୋନୀ ଅଧିନାୟକ ଥିବାବେଳେ ଭାରତ ବିଶ୍ବକପ୍ ଜିତିଥିଲା। ତେବେ ବର୍ତ୍ତମାନ ଧୋନୀଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ ଚୟନକର୍ତ୍ତାମାନେ କହିଛନ୍ତି। ଧୋନୀଙ୍କ ସ୍ଥାନରେ ଭାରତ ଏକ ନୂଆ ଓ୍ବିକେଟରକ୍ଷକ ଖୋଜୁଛି।

ଧୋନୀ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଏବେ ସେ କେବଳ ସୀମିତ ଓଭର କ୍ରିକେଟ ଖେଳୁଛନ୍ତି। ତାଙ୍କୁ ଦଳରୁ ବାଦ୍ ଦେବା ନେଇ ବିଭିନ୍ନ ମହଲରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ତେବେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଆଶ୍ବାସନା ଦେଇ କହିଛନ୍ତି ଯେ,ଧୋନୀଙ୍କୁ ଟିମରୁ ସମ୍ପୂର୍ଣ୍ଣ ବାହାର କରାଯାଇନାହିଁ। ଧୋନୀଙ୍କ ଟି-୨୦ କ୍ୟାରିୟରର ଅବସାନ ଘଟିଲା କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏମଏସକେ ପ୍ରସାଦ କହିଛନ୍ତି ଯେ, ଧୋନୀଙ୍କ ଟି-୨୦ କ୍ୟାରିୟର ଏବେ ଅବସାନ ଘଟିନାହିଁ। ବରଂ ବିକଳ୍ପ ଓ୍ବିକେଟ କିପର ସୃଷ୍ଟି କରିବା ପାଇଁ ଆଗାମୀ ୬ଟି ଅର୍ନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚରୁ ଧୋନୀଙ୍କୁ ବାଦ୍ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୧ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ଟି ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ ପରେ ୪ଟି ଟେଷ୍ଟ ମ୍ୟାଚ ଓ ୩ଟି ଏକଦିବସୀୟ ଖେଳିବ।

ଓ୍ବେଷ୍ଟଇଣ୍ହିଜ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିବା ପାଇଁ ଘୋଷିତ ଭାରତୀୟ ଦଳ ହେଲା ବିରାଟ କୋହଲି (ଅଧିନାୟକ),ରୋହିତ ଶର୍ମା (ଉପ-ଅଧିନାୟକ),ଶିଖର ଧଓ୍ବନ,କେ.ଏଲ. ରାହୁଲ,ଶ୍ରେୟସ  ଆୟାର,ମନୀଷ ପାଣ୍ଡେ,ଦିନେଶ କାର୍ତ୍ତିକ,ଋଷଭ ପନ୍ଥ(ଓ୍ବିକେଟ କିପର),କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ,ଓ୍ବାଶିଂଟନ ସୁନ୍ଦର,କୁନାଲ ପାଣ୍ଡ୍ୟା,ଭୁବନେଶ୍ବର କୁମାର,ଯଶପ୍ରୀତ ବୁମରାହ,ଉମେଶ ଯାଦବ ଏବଂ ଅଖିଳ ଯାଦବ।

 

 

 



from News7 https://ift.tt/2JkGj22
ଓ୍ବେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଲେ ଧୋନୀ : ଜାଣନ୍ତୁ କାହିଁକି ଓ୍ବେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରୁ ବାଦ ପଡ଼ିଲେ ଧୋନୀ : ଜାଣନ୍ତୁ କାହିଁକି Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.