ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି ,କିଛି ପ୍ରଭାବ ପଡ଼ିବନି ବୋଲି କହିଲେ ଉଭୟ ବିଜେଡ଼ି ଓ କଂଗ୍ରେସ

ଭୁବନେଶ୍ଵର ; ୨୭/୧୦- ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି । ରାଜ୍ୟରେ ଦିନକୁ ଦିନ ଦୁର୍ନିତି ଓ ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି । ରାଜ୍ୟରେ ତିନି ଦିନ ଧରି ବିକ୍ଷୋଭ କରିବ ବିଜେପି । ବ୍ଲକ ଘେରାଓ ନେଇ ପ୍ରତିକ୍ରୟା ରଖିଛି ଉଭୟ ବିଜେଡ଼ି ଓ କଂଗ୍ରେସ । ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ଭିତରେ କଂପିଟେସନ ଚାଲିଛି ,କିଏ କେତେ ଭୂଆଁ ବୁଲେଇପାରିବ ୨୦୧୯ ଇଲେକସନରେ ବୋଲି ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନବ ଦାସ । ବିଭିନ୍ନ ବ୍ଲକରେ  ଯେଉଁ ଆକ୍ଟିଭିଟି କାର୍ଯ୍ୟକ୍ରମ ବିଜେଡ଼ିର ଚାଲିଛି ,ତାକୁ ହରିଲୁଟ କରିବାକୁ ଏହି କାର୍ଯ୍ୟକ୍ରମ ବିଜେପି ଚାଲୁ ରଖିଛି । ୨୦୧୯ରେ ଲୋକେ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି  ବରିଷ୍ଠ ବିଜେଡ଼ି ନେତା ତଥା ଖାଦ୍ୟ ଯୋଗାଣ  ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।



from News7 https://ift.tt/2SqwgfY
ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି ,କିଛି ପ୍ରଭାବ ପଡ଼ିବନି ବୋଲି କହିଲେ ଉଭୟ ବିଜେଡ଼ି ଓ କଂଗ୍ରେସ ଦୁର୍ନିତି ଓ ଭ୍ରଷ୍ଟାଚାର ପ୍ରସଂଗରେ ବିଭିନ୍ନ ବ୍ଲକ ଘେରିଛି ବିଜେପି ,କିଛି ପ୍ରଭାବ ପଡ଼ିବନି ବୋଲି କହିଲେ ଉଭୟ ବିଜେଡ଼ି ଓ କଂଗ୍ରେସ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.