ଆମେରିକାର ଏକ ଖବରକାଗଜ ନ୍ୟୁୟର୍କ ଟାଇମ୍ସ କହିବା ଅନୁଯାୟୀ, ୨୦୧୩ ମସିହାରେ ଏଣ୍ଡ୍ରଏଡ଼ର ଜନକ କୁହାଯାଉଥିବା ଏଣ୍ଡି ରୁବିନଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଥିଲା | ଏହି ଆରୋପ ସତ୍ୱେ ଗୁଗଲ ଏଣ୍ଡି ରୁବିନଙ୍କୁ ସୁରକ୍ଷା ଦେଇଥିଲା ଏବଂ ଏକଜିଟ ପ୍ଲାନ ଅନୁସାରେ ତାଙ୍କୁ ୬୬୦ କୋଟି ଟଙ୍କା ମଧ୍ୟ ଦେଇଥିଲା | ଏନଆଇଟି କୋର୍ଟରେ ହୋଇଥିବା ଅଭିଯୋଗ ଏବଂ ଏକ ଇଣ୍ଟରଭିୟୁରେ କହିଥିଲେ ଯେ, ଏଣ୍ଡି ରୁବିନ ଆଉ ତିନି ଜଣ ବରିଷ୍ଠ ଅଧିକାରୀଙ୍କ ସହିତ ସାମିଲ ଅଛନ୍ତି ଯେଉଁମାନେ କିଛି ବର୍ଷ ପୂର୍ବରୁ ଯୌନ ଉତ୍ପୀଡ଼ନ ମାମଲାରେ ଜଡିତ ଥିଲେ |
ତେବେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏହି ରିପୋର୍ଟକୁ ଖାରଜ କରି କହିଛନ୍ତି ଯେ, ସେମାନେ ଯୌନ ଉତ୍ପୀଡ଼ନ ମାମଲାରେ ଗତ ୨ ବର୍ଷ ଭିତରେ ୪୮ ଜଣ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଦେଇଛନ୍ତି | ଯେଉଁଥିରେ ୧୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି | ଏଥିସହ ଅଭିଯୋଗ ଆସିଥିବା କର୍ମଚାରୀ ବା ଅଧିକାରୀଙ୍କୁ ଏକଜିଟ ପ୍ୟାକେଜ ଦିଆଯାଇନାହିଁ | ତେବେ ଏନଆଇଟିରେ ରିପୋର୍ଟରେ ଏଣ୍ଡି ରୁବିନଙ୍କ ନା ସ୍ପଷ୍ଟ ରୂପେ ଦିଆଯାଇନାହିଁ ବୋଲି କହିଛନ୍ତି ସୁନ୍ଦର ପିଚାଇ |

ଏଣ୍ଡି ରୁବିନଙ୍କ ପ୍ରବକ୍ତା ସେମ ସିଙ୍ଗର ଏନଆଇଟିର ଅଭିଯୋଗକୁ ଅସ୍ବୀକାର କରିବା ସହ କହିଥିଲେ ଯେ, ଟେକ୍ନିକାଲ ମୁଖ୍ୟ ଏଣ୍ଡି ରୁବିନ ସ୍ୱଇଚ୍ଛାରେ ଗୁଗଲ ଛାଡିଛନ୍ତି | ସେ ତାଙ୍କର ନିଜର ଏକ କମ୍ପାନୀ ଆରମ୍ଭ କରିବାକୁ ଯାଉଛନ୍ତି | ଏଣ୍ଡି ରୁବିନଙ୍କ କହିଛନ୍ତି ଯେ, ହୋଟେଲ ରୁମରେ ସେ କୌଣସି ମହିଳାଙ୍କୁ ଅସଦାଚରଣ ଉଦ୍ୟମ ବି କରିନାହାନ୍ତି | ଏହି ସବୁ ଆଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି | ସେ କହିଛନ୍ତି ଏହି ସବୁ ଅଭିଯୋଗ ବିବାହ ବିଚଚ୍ଛେଦ ପାଇଁ ତାଙ୍କ ପୂର୍ବତନ ପତ୍ନୀ ଉଠାଇଥିଲେ |
from News7 https://ift.tt/2PpWwbM
No comments: