ଅନୁଙ୍କ ସ୍ଥାନ ନେଲେ ଏହି ସଙ୍ଗୀତ ନିର୍ଦ୍ଦେଶକ

ମୁମ୍ବାଇ:  #MeToo ଅଭିଯୋଗ ତାଲିକାରେ ସଂଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ନାମ ବାରମ୍ବାର ଯୋଡ଼ିହେବା ପରେ ଶେଷରେ ସେ ବହୁଦିନ ଧରି ବିଚାରକ ଥିବା ‘ଇଣ୍ଡିଆନ୍‌ ଆଇଡଲ୍‌’ର ୧୦ମ ସଂସ୍କରଣରୁ ସେ ବିଦା ହୋଇଛନ୍ତି।

ପୂର୍ବରୁ ଏହି ଶୋ’ରେ ନେହା କକ୍କର୍‌, ଭିଶାଲ୍‌ ଦଦ୍‌ଲାନୀଙ୍କ ସହ ସେ ବିଚାରକ ଦାୟିତ୍ୱରେ ଥିଲେ। ହେଲେ ଏବେ ଅନୁଙ୍କ ଯାଗାରେ ଶୋ’ର ନିର୍ମାତା ସଲିମ୍‌ ମର୍ଚ୍ଚେଟ୍‌ଙ୍କୁ ଦେଖିବାକୁ ମିଳିବ।

ନିଜେ ସଲିମ୍‌ ଟ୍ୱିଟ୍‌ କରି ଏହି ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି-‘‘ ଇଣ୍ଡିଆନ୍‌ ଆଇଡଲ୍‌ର ଶୁଟିଂ ପାଇଁ ଯାଉଛି।’’ ଏ କଥାରୁ ଜଣା ପଡ଼ୁଛି ଯେ, ଅନୁଙ୍କ ଯାଗାରେ ଏବେ ସେ ହିଁ ଦିଶିବେ ।

ସୂଚନାଯୋଗ୍ୟ ଯେ, ଅନୁମଲ୍ଲିକଙ୍କ ଉପରେ ୪ ଜଣ ମହିଳା ଅସଦଚାରଣ କରିଥିବାର ଅଭିଯୋଗ ହୋଇଥିଲା। ସର୍ବ ପ୍ରଥମେ ସୋନା ମହାପାତ୍ର ତାଙ୍କ ନାଁରେ ଅବିଯୋଗ ଆଣିଥିଲେ। ତା’ପରେ ଇଣ୍ଡିଆନ୍‌ ଆଇଡଲ୍‌-୫ର ସହ ନିର୍ଦ୍ଦେଶିକା ଥିବା ଡେନିକା ଡିସୌଜା କହିଥିଲେ, ସେ ଏମିତି ଦୁଇ ଜଣଙ୍କ ମହିଳାଙ୍କୁ ଜାଣିଛନ୍ତି ଯାହା ସହ ଅନୁମଲ୍ଲିକ ଖରାପ୍‌ ବ୍ୟବହାର କରିଥିଲେ।

ଏବେ ପୁଣି ଦୁଇ ଜଣ ମହିଳା ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି। ଜଣେ ହେଉଛନ୍ତି ୯୦ ଦଶକର ଷ୍ଟଗଲିଂ  ସିଙ୍ଗର। ଆଉ ଜଣେ ଇଣ୍ଡିଆନ୍‌ ଆଇଡଲ୍‌ ‘ ସିଜିନ୍‌ -୧୦’ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ।



from Odisha Reporter
ଅନୁଙ୍କ ସ୍ଥାନ ନେଲେ ଏହି ସଙ୍ଗୀତ ନିର୍ଦ୍ଦେଶକ ଅନୁଙ୍କ ସ୍ଥାନ ନେଲେ ଏହି ସଙ୍ଗୀତ ନିର୍ଦ୍ଦେଶକ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.