ସିବିଆଇ ବିବାଦ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସହ ସମସ୍ତ ରାଜ୍ୟର ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ ୨୬|୧୦: ରାତି ଅଧିଆ କାର୍ଯ୍ୟାନୁଷ୍ଠାନରେ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ କ୍ଷମତାଚ୍ୟୁତ କରି ଅଡୁଆରେ ପଡିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟ ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଦିଲ୍ଲୀ ସମେତ ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କଂଗ୍ରେସ ଅଧ୍ୟକ୍ଷ ରାହୁ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା କରାଯାଇଛି ।ଏଥିରେ ବହୁ କଂଗ୍ରେସ ନେତା ସାମିଲ ହୋଇଛନ୍ତି । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସିବିଆଇ ମୁଖ୍ୟାଳୟ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସିବିଆଇରେ ଯେଉଁ ଅନ୍ତଃକନ୍ଦଳ ଚାଲିଛି ତାକୁ ରାଜନୈତିକ ମୋଡ ଦେଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଛି କଂଗ୍ରେସ । ତାହାକୁ ନେଇ ପ୍ରତିବାଦ ମଧ୍ୟ କରୁଛି କଂଗ୍ରେସ ।  କଂଗ୍ରେସ ସହ ଏହି ପ୍ରତିବାଦରେ ଟିଏମସି ମଧ୍ୟ ସାମିଲ ହୋଇଛି । ଟିଏମସି ସାଂସଦ ମଧ୍ୟ ଏହି ପ୍ରତିବାଦ ସଭାରେ ଉପସ୍ଥିତ ରହିଛନ୍ତି । ଆଲୋକ ବର୍ମାଙ୍କୁ ତାଙ୍କ ପଦକୁ ଫେରାଇ ନେବା ସହ ରାତି ଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ପଦରୁ ବାହାର କରାଯାଇଥିବାରୁ ତାକୁ ନେଇ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି ।

ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଲୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ସିବିଆଇ କାର୍ଯ୍ୟାଳୟ ମାନଙ୍କରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେମଧ୍ୟ ପ୍ରଦେଶ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।  ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ତ୍ବରେ ବିକ୍ଷୋଭ ସଭାର ଆୟୋଜନ କରାଯାଇଛି । ଏଥିରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ସେପଟେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଜାରି କରି କହିଛନ୍ତି, ନିର୍ଦ୍ଦେଶକ ଆଲୋକ ବର୍ମା କିମ୍ବା ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସେମାନଙ୍କ ପଦରୁ ହଟାଯାଇନାହିଁ। ସେମାନେ ଏବେ ବି ସେମାନଙ୍କ ପଦରେ ଅଛନ୍ତି। କେବଳ ସେମାନଙ୍କଠାରୁ କ୍ଷମତା ଛଡ଼ାଇ ନିଆଯାଇଛି ଏବଂ ଛୁଟିରେ ପଠାଇ ଦିଆଯାଇଛି । ଲାଞ୍ଚ ମାମଲାରେ ସିଭିସି ତଦନ୍ତ ଶେଷ ନ ହେବା ଯାଏ ସେମାନେ ଅଫିସରେ ଯୋଗଦେବେ ନାହିଁ ବୋଲି କେନ୍ଦ୍ର ସରକାର ସଫେଇ ଦେଇଛନ୍ତି ।



from News7 https://ift.tt/2qccgBb
ସିବିଆଇ ବିବାଦ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସହ ସମସ୍ତ ରାଜ୍ୟର ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ ସିବିଆଇ ବିବାଦ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟ ସହ ସମସ୍ତ ରାଜ୍ୟର ସିବିଆଇ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.