ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ଗାଁରେ ଉତ୍ତେଜନା; ୨ଟି ଅଟୋ ପୋଡିଦେଲେ ଦୁର୍ବୁର୍ତ୍ତ

ଭୁବନେଶ୍ୱର ୩୧/୧୦ : ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁରେ ପୁଣି ଉତ୍ତେଜନା । ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସରକନ୍ତରା ଗାଁର ଜଣେ ମହିଳାଙ୍କ ନାଁରେ ଥିବା ୨ଟି ଅଟୋକକୁ ପୋଡ଼ି ଦେଇଛନ୍ତି । ଗୀତାଞ୍ଜଳି ଓ ତାଙ୍କ ସ୍ବାମୀ ପ୍ରଶାନ୍ତ ଖୁଣ୍ଟିଆଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ସଂଧ୍ୟାରେ ଲକ୍ଷ୍ମୀପୂଜା ଭୋଜିରେ ଯୋଗଦେବାକୁ ତାଙ୍କୁ ଡକାଯାଇଥିଲା । କିନ୍ତୁ ସେ ଭୋଜିକୁ ନଯିବାରୁ ତାଙ୍କ ଗାଡ଼ି ପୋଡ଼ି ଦେବାକୁ ଧମକ ଦେଇଥିଲେ । ଆଜି ସକାଳୁ ତାଙ୍କର ୨ଟି ଅଟୋ ପୋଡ଼ି ଦିଆଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଖଣ୍ଡଗିରି ଥାନାରେ ପ୍ରଶାନ୍ତ ଖୁଣ୍ଟିଆ, କାଳୁ ଓ ତାର ଅନ୍ୟ ସହଯୋଗୀଙ୍କ ନାଁରେ ଏତଲା ଦେଇଛନ୍ତି ।ଅନ୍ୟପକ୍ଷରେ କାଳୁକୁ ସେହି ଗାଁର ସାଗର ପୃଷ୍ଟି ନାମକ ଜଣେ ଯୁବକ ଆକ୍ରମଣ କରିଛି । ଏହାପରେ ଗାଁ ଲୋକେ ସାଗର ପୃଷ୍ଟିକୁ କାବୁ କରି ଏକ ଘରେ ଚାବି ପକାଇ ଦେଇଥିଲେ । ପୋଲିସ ସାଗର ପୃଷ୍ଟିକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।…



from News7 https://ift.tt/2qgXRng
ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ଗାଁରେ ଉତ୍ତେଜନା; ୨ଟି ଅଟୋ ପୋଡିଦେଲେ ଦୁର୍ବୁର୍ତ୍ତ ଭୁବନେଶ୍ୱର ଉପକଣ୍ଠ ସରକନ୍ତରା ଗାଁରେ ଉତ୍ତେଜନା; ୨ଟି ଅଟୋ ପୋଡିଦେଲେ ଦୁର୍ବୁର୍ତ୍ତ Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.