ବ୍ରହ୍ମପୁରରେ ପଥରରେ ଛେଚି ଯୁବକକୁ ହତ୍ୟା : ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ନା ପରକୀୟା ପ୍ରିତି ?

ବ୍ରହ୍ମପୁର୩୧|୧୦: ପୁଣି ବ୍ରହ୍ମପୁରରେ ହତ୍ୟାକାଣ୍ଡ । ପଥରରେ ଛେଚି ଯୁବକକୁ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା  ପୁଲିସର ଅନୁମାନ । ଘଟଣାସ୍ଥଳରେ ସଦର ପୁଲିସ୍, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଆରମ୍ଭ ହୋଇଛ ।  ସନ୍ଦେହରେ ଜଣକୁ ଅଟକ ରଖିଛି ପୋଲିସ ।

ଅପରାଧକୁ ଯେତେ ନିୟନ୍ତ୍ରଣ କରିବାକୁ ଚାହିଁଲେ ମଧ୍ୟ ଅପରାଧମୂଳକ କାର୍ଯ୍ୟ ଥମୁନାହିଁ। ସିଲକ୍ ସିଟି ବ୍ରହ୍ମପୁର ସହରରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି। ପୁଣି ଏକ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ମିଳିଛି ସହରର ବ୍ରଜନଗର ଅଞ୍ଚଳରେ। ଯୁବକକୁ ନିର୍ମମ ଭାବେ ହତ୍ୟା କରାଯାଇଛି।  ସଦର ଏବଂ ବୈଦ୍ୟନାଥପୁର ଥାନା ସୀମାନ୍ତ ଅଞ୍ଚଳ ବ୍ରଜନଗର ତୃତୀୟ ଲାଇନ୍ ଏକ୍ସଟେନ୍‌ସନ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ହତ୍ୟାକାଣ୍ଡ ଘଟଣା। ପ୍ରଦୀପ ବେହେରା ଓରଫ୍ ଗଣିକୁ କେତେକ ଦୁର୍ବୁତ୍ତ ନିଶାସକ୍ତ ଅବସ୍ଥାରେ ଗତକାଲି ରାତିରେ ହତ୍ୟା କରିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗତକାଲି ରାତି ପାଖାପାଖି ସାଢେ ୭ଟା ସମୟରେ ପ୍ରଦୀପ ସଂପର୍କୀୟଙ୍କ ଘରକୁ ଯାଇ ଆଉ ଘରକୁ ଫେରିନଥିଲା। ସାଙ୍ଗସାଥିଙ୍କ ମେଳରେ ହିଁ ରହିଥିଲା। ଗତ ୭ ମାସ ପୂର୍ବେ ମୃତକ ପ୍ରଦୀପଙ୍କ ମାଆ ମୃତ୍ୟୁବରଣ କରିଥିଲେ। ପ୍ରଦୀପ କେବେ ତାଙ୍କ ନିଜ ଘରକୁ ଯାଉନଥିଲେ। ସେ ତାଙ୍କ ମଉସାଙ୍କ ଘରେ ରହୁଥିଲେ। ଗତକାଲି ରାତିରେ ମଉସାଙ୍କ ଘରେ କ୍ଷୀର ଦେଇ ବାହାରକୁ ଚାଲି ଯାଇଥିଲେ। ଆଉ ଘରକୁ ଫେରି ନଥିଲେ। ପରିବାରବର୍ଗ ମଧ୍ୟ ମୃତକ ପ୍ରଦୀପକୁ ଅପେକ୍ଷା କରି ଘରେ ଶୋଇପଡିଥିଲେ। ସକାଳୁ ସକାଳୁ ଅଞ୍ଚଳବାସୀଙ୍କ ଠାରୁ ପରିବାରବର୍ଗ ହତ୍ୟାକାଣ୍ଡ ସଂପର୍କିତ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ। ପରେ ପୁଲିସ୍‌କୁ ଖବର ଦେଇଥିଲେ। ସେପଟେ କିଏ କାହିଁକି କେମିତି ହତ୍ୟା କରିଛନ୍ତି କିଛି ଜାଣିନାହିଁ ବୋଲି କହିଛନ୍ତି ମୃତକ ପ୍ରଦୀପଙ୍କ ବାପା ହାଡିବନ୍ଧୁ ବେହେରା।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ସଦର ପୁଲିସ୍। ସଦର ଥାନା ଅଧିକାରୀ ଶିବ ଶଙ୍କର ମହାପାତ୍ର, ସଦର ଏସ୍.ଡି.ପି.ଓ ଅଶୋକ ମହାନ୍ତି, ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ସାହାର୍ଯ୍ୟରେ ଘଟଣାର ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ପୁଲିସ୍ କହିଛି। ଗତ ୫ ତାରିଖରେ ମୃତକ ପ୍ରଦୀପଙ୍କ ସହ ଶେରଗଡର ଦିଗାମ୍ବର ଓରଫ୍ ଟୁନା ପଣ୍ଡାଙ୍କ ମଧ୍ୟରେ ବ୍ରହ୍ମପୁରର ଏକ ହୋଟେଲ୍‌ରେ ଗଣ୍ଡଗୋଳ ହୋଇଥିଲା। ଗୁଳିକାଣ୍ଡ ମଧ୍ୟ ଘଟିଥିଲା। ଅନ୍ୟପଟେ ମୃତକ ପ୍ରଦୀପଙ୍କ ପରକୀୟା ପ୍ରୀତି ଥିଲା। ଦୁଇଟି ଦିଗ ଉପରେ ପୁଲିସ୍ ତଦନ୍ତ କରୁଥିବା ବେଳେ ଜଣକୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବା ସଦର ଏସ୍.ଡି.ପି.ଓ ଅଶୋକ ମହାନ୍ତି କହିଛନ୍ତି। ଶବକୁ ଜବତ କରି ପୋଷ୍ଟମୋଷ୍ଟର୍ମ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ପଠାଇଛନ୍ତି। ମୃତକ ପ୍ରଦୀପ ପୂର୍ବରୁ ମଦ ପିଉଥିବା ବେଳେ ଅଞ୍ଚଳରେ ସର୍ବଦା ସମସ୍ଥଙ୍କ ସହ ଝଗଡା କରୁଥିବା କହିଛନ୍ତି ଅଞ୍ଚଳବାସୀ। ବ୍ରଜନଗର ଅଞ୍ଚଳ ରାତିରେ ଅନ୍ଧାର ରହୁଥିବା ବେଳେ ପୁଲିସ୍ ପେଟ୍ରୋଲିଂ ଅଭାବରୁ ଅସାମାଜିକ ବ୍ୟକ୍ତିଙ୍କ ଏଠାରେ ଆଡ୍ଡା ଜମି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାତିରେ ଏହି ଅଞ୍ଚଳରେ ପୁଲିସ୍‌ର ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ସହରରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟୁଥିବା ବେଳେ  ଏବେ ପୁଣି ଆଉ ଏକ ହତ୍ୟାକାଣ୍ଡ ଘଟଣା ପୁଲିସ୍ ପାଇଁ ଯେତିକି ଚ୍ୟାଲେଞ୍ଜ୍ ହୋଇପଡିଛି  ଅଞ୍ଚଳବାସୀଙ୍କ ସୁରକ୍ଷା ନେଇ ମଧ୍ୟ ସେତେକି ପ୍ରଶ୍ନବାଚୀ ସୃଷ୍ଟି କରିଛି!



from News7 https://ift.tt/2Sx0vlC
ବ୍ରହ୍ମପୁରରେ ପଥରରେ ଛେଚି ଯୁବକକୁ ହତ୍ୟା : ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ନା ପରକୀୟା ପ୍ରିତି ? ବ୍ରହ୍ମପୁରରେ ପଥରରେ ଛେଚି ଯୁବକକୁ ହତ୍ୟା : ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ନା ପରକୀୟା ପ୍ରିତି ? Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.