ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବୈଜୟନ୍ତ OTV KHABAR BUREAU

ଭୁବନେଶ୍ୱର: ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତ ପଦ୍ମକେଶରୀପୁରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ବୈଜୟନ୍ତ ପଣ୍ଡାଙ୍କୁ ଦାୟୀ କରିଥିଲେ। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପ୍ରିୟଦର୍ଶୀଙ୍କ ଅଭିଯୋଗ ମିଛ ବୋଲି ସେ ଟ୍ୱିଟ୍‌ କରିଛନ୍ତି।

ବୈଜୟନ୍ତ ନିଜେ ଆଗରୁ ରାଜନୈତିକ ହିଂସାକାଣ୍ଡ ଓ ଆକ୍ରମଶର ଶିକାର ହୋଇଛନ୍ତି। କିନ୍ତୁ ହିଂସା ବିରୋଧରେ ସବୁବେଳେ କହି ଆସିଛନ୍ତି। ସର୍ବଦା ଶାରୀରିକ ଆକ୍ରମଣ ଓ ହିଂସାକାଣ୍ଡକୁ ନିନ୍ଦା କରିଛନ୍ତି। ସମସ୍ତ ପ୍ରକାର ବିରୋଧ ବା ପ୍ରତିବାଦ ଅହିଂସାତ୍ମକ ହେବା ଉଚିତ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି।

ଗତକାଲି ପ୍ରିୟଦର୍ଶୀଙ୍କୁ କଳାରାହାଙ୍ଗ ଅଞ୍ଚଳର ଲୋକେ ବିରୋଧ କରି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ବିଧାୟକ କୌଣସି ପ୍ରତିଶ୍ରୁତି ପୂରଣ କରି ନଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ।



from OTV Khabar https://ift.tt/2DeqaLu
ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବୈଜୟନ୍ତ OTV KHABAR BUREAU ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବୈଜୟନ୍ତ OTV KHABAR BUREAU Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.