ମେଲାଣି ନେବେ ମା’ ଦୁର୍ଗା ; ଭସାଣ ଉତ୍ସବ ପାଇଁ ଟ୍ବିନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ

ଭୁବନେଶ୍ବର ୨୦|୧୦: ଦଶହରାରେ ମା’ଙ୍କ ଘଟ ବିସର୍ଜନ ସରିଛି । ଭସାଣୀ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି ଟ୍ବିନ୍ ସିଟିରେ ଅନୁଷ୍ଠିତ ହେବ ମା’ଙ୍କ ଭସାଣୀ ପର୍ବ । ଭସାଣୀ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସହରରେ ୩୦ ପ୍ଲାଟୁନ୍ ଫୋର୍ସ ସହ ମୁତୟନ ହେବେ ୨ଶହ ଅଫିସର । ବିଶେଷ କରି ଭସାଣ ସମୟରେ ବିଭିନ୍ନ ସାହି ଛକରୁ ବାହାରୁଥିବା ମେଢ ଯିବା ସମୟରେ ସାଧାରଣ ଲୋକେ ଯେଭଳି ଟ୍ରାଫିକ୍ ସମସ୍ୟା ସମ୍ମୁଖୀନ ନହେବେ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯିବ । ରାଜଧାନୀରେ ଭସାଣ ପର୍ବ ପାଇଁ ତିନୋଟି ଜୋନ୍ କରାଯାଇଛି । ନୟାପଲ୍ଲୀ, ସହିଦ ନଗର ଓ ଚନ୍ଦ୍ରଶେଖରପୁର ଦୁର୍ଗା ମଣ୍ଡପ ପାଖରେ ବିଭିନ୍ନ ସ୍ଥାନରୁ ମେଢ ଆସି ଏକତ୍ରିତ ହେବେ । ଏହାପରେ ସମସ୍ତ ମେଢ ବାଣୀବିହାର ରାସ୍ତାରେ ରାଜମହଲ ଛକ ପର୍ଯ୍ୟନ୍ତ ଯିବେ । କଟକରେ ମଧ୍ୟ ଆଜି ହେବ ଭସାଣ ଉତ୍ସବ । ଏଥି ପାଇଁ ସହରରେ ୬୦ ପ୍ଲାଟୁନ୍ ଫୋର୍ସ ସହ ମୁତୟନ ହେବେ ୩୫୦ ଅଫିସର । ଏହାଛଡ଼ା ୩ ପ୍ଲାଟୁନ୍ ସିଆରପିଏଫ, ଏସଓଜି ଓ ଓଡ୍ରାଫ୍ ଟିମ୍ ମଧ୍ୟ ରହିବେ । ଦିନ ପ୍ରାୟ ୨ଟା ଆରମ୍ଭ ହେବାକୁ ଥିବା ଭସାଣ ଉତ୍ସବ ପାଇଁ ବକ୍ସିବଜାର ଠାରୁ ଦେବୀ ଗଡା ଯାଏଁ ସମ୍ପୂର୍ଣ୍ଣ ରାସ୍ତାକୁ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ରାତି ୧୨ଟା ପର୍ଯ୍ୟନ୍ତ ଡିଜେ ପାଇଁ ଅନୁମତି ଦିଆଯାଇଥିବା ଜଣାପଡିଛି ।



from News7 https://ift.tt/2R3egXI
ମେଲାଣି ନେବେ ମା’ ଦୁର୍ଗା ; ଭସାଣ ଉତ୍ସବ ପାଇଁ ଟ୍ବିନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ ମେଲାଣି ନେବେ ମା’ ଦୁର୍ଗା ; ଭସାଣ ଉତ୍ସବ ପାଇଁ ଟ୍ବିନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.