ଆଜିଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ; ପ୍ରଥମ ଦିନରେ ଓମାନକୁ ଭେଟିବ ଭାରତ

ମସ୍କଟ ୧୮|୧୦:  ଆଜିଠୁ ଖେଳାଯିବ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି । ପ୍ରଥମ ଦିନରେ ଭାରତ ଭେଟିବ  ଓମାନକୁ ।  ଓମାନ ରାଜଧାନୀ ମସ୍କଟର ସୁଲତାନ କାବୁସ୍ ସ୍ପୋର୍ଟସ କମ୍ପ୍ଲେକ୍ସରେ ମ୍ୟାଚ୍ ଖେଳାଯିବ । ପ୍ରଥମ ଦିନରେ ଏହି ପ୍ରତିଯୋଗିତାର ଦୁଇଟି ମ୍ୟାଚ୍ ଖେଳାଯିବ । ରାତି ୮ଟା ୨୫ରେ ମାଲେସିଆ-ଜାପାନ ମୁହାଁମୁହିଁ ହେବେ ।  ୧୦ଟା ୪୦ରେ ଭାରତ ଆୟୋଜକ ଓମାନକୁ ଭେଟିବ ।  ଭାରତ ତା’ର ଦ୍ବିତୀୟ ମ୍ୟାଚ୍ ରେ ଶନିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ।   ସେମିଫାଇନାଲ୍ ୨୭ ଏବଂ ଫାଇନାଲ୍ ଏବଂ ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ୨୮ତାରିଖରେ ହେବ । ଗତ ଥରର ବିଜେତା ଭାରତ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ଦଳ ଭାବେ ଖେଳିବ । ଏଣୁ ଏସୀୟ କ୍ରୀଡ଼ାର କାଂସ୍ୟ ପଦକ ପ୍ରଦର୍ଶନକୁ ଟପି ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ରହିବ ଭାରତ ।  ଜାକର୍ତ୍ତା ଏସୀୟ କ୍ରୀଡ଼ା ଅବସରରେ ଓମାନ ସହ ଖେଳିଥିବା ଗତ ମ୍ୟାଚ୍ କୁ ଭାରତ ଏକତରଫା ଭାବେ ୭-୦ ଗୋଲ୍ ରେ ଜିତି ନେଇଥିଲା । ହେଲେ ଓମାନ କୌଣସି ପରିସ୍ଥିତିରେ ଭାରତକୁ ହାଲକା ଭାବେ ନେବ ନାହିଁ ବୋଲି ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି।



from News7 https://ift.tt/2CpX2zN
ଆଜିଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ; ପ୍ରଥମ ଦିନରେ ଓମାନକୁ ଭେଟିବ ଭାରତ ଆଜିଠୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ; ପ୍ରଥମ ଦିନରେ ଓମାନକୁ ଭେଟିବ ଭାରତ Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.