ନୂଆଦିଲ୍ଲୀ ୧୮|୧୦: ଦିଲ୍ଲୀରେ ଇଣ୍ଡିଆ ଗେଟ୍ ବୁଲୁଛି ଜଗା। ସୁସ୍ଥ ହେବା ପରେ ଏହା ଜଗାର ପ୍ରଥମ ଦୀଲ୍ଲି ବୁଲା । ମା’ଙ୍କ ସହ ବେଶ୍ ଖୁସିରେ ବୁଲିଛି ଜଗା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ ବାହାରକୁ ବୁଲାଇବାକୁ ନିଆଯାଇଥିଲା । ଗାଡିରେ ବୁଲିବା ସହ କିଛି ସମୟ ପାଇଁ ଚଲାବୁଲା ମଧ୍ୟ ସେ କରିଛି । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମସରେ ଅପରେସନ ପରେ ଉଭୟ ବାହାରକୁ ବାହାରି ନଥିଲେ । ତେବେ ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ବାହାରକୁ ବାହାରିଛି ଜଗା । ସେପଟେ କାଳିଆର ସ୍ବାସ୍ଥ୍ୟରେ ସୁଧାର ଆସିଥିଲେ ମଧ୍ୟ ତା ଦେହରେ ଜ୍ବର ରହୁଛି ।
from News7 https://ift.tt/2CRwSqG
ସୁସ୍ଥ ହେବା ପରେ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ବୁଲିଲା ଜଗା
Reviewed by SUBHENDU BARAL
on
October 18, 2018
Rating:
No comments: