ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । Kanak News

January 23, 2024

କନକ ବ୍ୟୁରୋ: ସତ୍ୟବାଦୀ ଠାରେ ଆଜି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ ସୌଧର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସତ୍ୟବାଦୀରେ ସଜେଇ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ପଞ୍ଚସଖା କ୍ରୀଡ଼ାଙ୍ଗନ ପରିସରରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୩୦ କୋଟି ଖର୍ଚ୍ଚରେ ୯ ଏକର ଜାଗାରେ ନିର୍ମିତ ହୋଇଛି । କ୍ୟାଣ୍ଟିନ, ହଷ୍ଟେଲ, ଶ୍ରେଣୀଗୃହ ଇତ୍ୟାଦିର ନିର୍ମାଣ କରାଯାଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟର ୩ଟି ବିଭାଗରେ ବିଭିନ୍ନ ଜିଲ୍ଲାରୁ ୭୧ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ସହ ଶିକ୍ଷାଗ୍ରହଣ କରୁଛନ୍ତି । ୨୦୨୦ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟ କାମ ଆରମ୍ଭ ହୋଇଥିବା ବେଳେ ୪ବର୍ଷରେ ଏହାର ନିର୍ମାଣ କାମ ସରିଛି ।

The post ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । first appeared on Kanak News.



from Kanak News https://ift.tt/Wau1vYt https://ift.tt/hJcxPMa
ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । Kanak News ଆଜି ଲୋକାର୍ପିତ ହେବ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । Kanak News Reviewed by SUBHENDU BARAL on January 23, 2024 Rating: 5

୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ Kanak News

January 22, 2024

କନକ ବ୍ୟୁରୋ: ଭାରତ ଇତିହାସିରେ ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଓ ଗୌରବ ମୟ ଅଧ୍ୟାୟ । ଐତିହାସିକ କ୍ଷଣରେ, ଶୁଭ ମୁହୁର୍ତ୍ତରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମନ୍ଦିରର ପ୍ରତିଷ୍ଠା ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆରଏସଏସ ସଂଘ ପ୍ରମୁଖ ମୋହନ ଭାଗବତ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ସନ୍ଥ ସମାଜ ଓ ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଶେଷ ହୋଇଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ବାଳକ ରୂପରେ ପ୍ରଭୂ ରାମଙ୍କ ପୂର୍ଣ୍ଣ ଅବୟବ ପ୍ରତିମା ମନ ମୋହିନେଇଛି । ଯିଏ ଦେଖିଛି ଘଡ଼ିଏ ଅଟକି ଯାଇଛି । ରାମଲାଲାଙ୍କ ଆଖିରେ ଆଖି ମିଶାଇ ଭୁଲି ଯାଇଛି ସଂସାରର ଦୁଃଖ । କାରଣ ସେ ଆଖି ସେମିତି, ଯେଉଁଥିରେ ଅଛି ଦୟାଭାବ । ମୁଖମଣ୍ଡଳରେ ପ୍ରେମ ଓ କରୁଣା ।

ମହାପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ରୂପକୁ ଦେଖି, ବିଭୋର ହୋଇଛନ୍ତି ଭକ୍ତ । ସାରା ଦେଶର ଆଖି ଟିଭି ପରଦାରେ ଲାଖି ରହିଥିଲା । କାରଣ ଅଯୋଧ୍ୟାରେ ହେଉଥିଲା ଉତ୍ସବ ଆଉ ଦେଶର କୋଣ ଅନୁକୋଣରେ ଥିବା ରାମଭକ୍ତ ପାଉଥିଲା ଦିବ୍ୟ ଅନୁଭବ । ସତେ ଯେମିତି ଗାଁରୁ ସହର ହୋଇଯାଇଥିଲା ରାମମୟ । ଦିନ ତମାମ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଅନୁଭୂତି ନେବା ପରେ ଅତି ଶ୍ରଦ୍ଧାରେ ରାମଙ୍କ ପାଇଁ ଦୀପ ଜାଳିଛନ୍ତି ଶ୍ରଦ୍ଧାଳୁ । ହେଲେ ମନରେ ପ୍ରଶ୍ନ ଆସୁଥିବା ଟିଭିରେ ପରଦାରେ ଦେଖୁଥିବା ରାମଲାଲାଙ୍କ ପ୍ରତ୍ୟକ୍ଷ ଦର୍ଶନ କେମିତି ମିଳିବ ।

The post ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ first appeared on Kanak News.



from Kanak News https://ift.tt/np4ybLY https://ift.tt/4biyGu1
୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ Kanak News ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଲେ ପୁରୁଷୋତ୍ତମ ଶ୍ରୀରାମ । ଆଜିଠୁ ସାଧାରଣ ଦର୍ଶନ Kanak News Reviewed by SUBHENDU BARAL on January 22, 2024 Rating: 5

Subhash Chandra Bose Jayanti 2024: ଏଇଠି ଅଛି ନେତାଜୀଙ୍କ ଭବ୍ୟ ମନ୍ଦିର; ନୀତିକାନ୍ତି ସହ ପୂଜା ପାଆନ୍ତି ସୁଭାଷ Pramod Behera

January 22, 2024

ଆଜି ହେଉଛି ଜାତୀୟ ଆନ୍ଦୋଳନର ଶକ୍ତିଶାଳୀ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଦିନକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଏ। ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଶକ୍ତି ଦେଇଥିବା ନେତାଜୀ ୧୮୯୪ ମସିହାରେ ଓଡ଼ିଶାର କଟକ ସହରରେ ଜନ୍ମଗ୍ରହଣ କରିଥିଲେ।

ନେତାଜୀଙ୍କ ଜୀବନ ଏବଂ ଦେଶ ପାଇଁ ତାଙ୍କର ତ୍ୟାଗ ଆଜି ବି ଯୁବପିଢିଙ୍କ ପାଇଁ ପ୍ରେରଣାଦାୟକ। ଆଜି ବି ସେ ସମସ୍ତଙ୍କ ପାଇଁ ସମ୍ମାନର ପାତ୍ର ଆଉ ପୂଜ୍ୟ ମଧ୍ୟ। ଏମିତିରେ ଘରେ ହେଉ କି ଶିକ୍ଷାନୁଷ୍ଠାନ ବା ଅଫିସ ତାଙ୍କର ଫଟୋ ଥାଏ ଆଉ ପୂଜା ମଧ୍ୟ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ତାଙ୍କର ଅଛି ସ୍ୱତନ୍ତ୍ର ମନ୍ଦିର ଆଉ ସେଠାରେ ପୂଜା ପାଆନ୍ତି ନେତାଜୀ।

ମନ୍ଦିରର ସହର କାଶୀରେ ଭାରତର ସେହି ମହାନ ବୀରଙ୍କୁ ଜାତୀୟ ଦେବତା ଭାବରେ ପୂଜା କରାଯାଏ, ଯିଏ କେବଳ ଏହି ଦେଶକୁ ସ୍ୱାଧୀନତା ଦେଇନାହାଁନ୍ତି ବରଂ ସାରା ବିଶ୍ୱରେ ଭାରତୀୟ ସ୍ୱାଭିମାନକୁ ମଧ୍ୟ ସମ୍ମାନିତ କରିଥିଲେ। ବାରାଣାସୀର ଲାମ୍‌ହି ଅଞ୍ଚଳର ଇନ୍ଦ୍ରେଶ ନଗରରେ ଅଛି ସୁଭାଷ ମନ୍ଦିର। ଏହାର ସିଡ଼ି ଲାଲ ରଙ୍ଗର ଅଟେ ଯାହା ବିପ୍ଳବର ପ୍ରତୀକ। ଏହାର ଚଟାଣ ଧଳା ରଙ୍ଗର ଅଟେ ଯାହା ଶାନ୍ତିର ପ୍ରତୀକ ଅଟେ।

ଏହି ମନ୍ଦିରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୬ ଫୁଟର ପ୍ରତିମୂର୍ତ୍ତି କଳା ରଙ୍ଗର ଅଟେ ଯାହା ଶକ୍ତିର ପ୍ରତୀକ ଅଟେ। ଉପରେ ଏକ ସୁବର୍ଣ୍ଣ ରଙ୍ଗର ଛତା ଅଛି ଯାହା ସମୃଦ୍ଧିର ପ୍ରତୀକ। ସାରା ଦେଶ ପାଇଁ ଏହି ମନ୍ଦିରର ବାର୍ତ୍ତା ହେଉଛି ଯେ “ବିପ୍ଳବର ପଥ ଅନୁସରଣ କଲେ ଶାନ୍ତି ସ୍ଥାପିତ ହୁଏ ଏବଂ ଶାନ୍ତିର ଆଧାରରେ ଶକ୍ତି ସ୍ଥାପିତ ହୁଏ, ଯାହା ସମୃଦ୍ଧି ଆଣିଥାଏ।” ଏହି ମନ୍ଦିରର ପୁରୋହିତ ଜଣେ ଦଳିତ ଝିଅ। ଏହି ମନ୍ଦିର ୨୦୨୦ରେ ପ୍ରତିଷ୍ଠିତ ହୋଇଥିଲା।

କେମିତି ହୁଏ ପୂଜା:

ଦେଶ ତଥା ବିଦେଶର ସୁଭାଷବାଦୀମାନେ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଇଚ୍ଛା କରନ୍ତି। କାଶୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଉଭୟ ମହାନ ବୀର ତଥା ଦେବତାର ମାନ୍ୟତା ଦିଆଯାଇଛି। ତେଣୁ ଏଠାରେ ଅତି ପବିତ୍ର ଜାତୀୟ ଦେବତା ଭାବେ ସୁଭାଷଙ୍କୁ ସମ୍ମାନ କରାଯାଏ।

ଏହି ସୁଭାଷ ମନ୍ଦିର ସକାଳ ସାତଟାରେ ଭାରତ ମାତାଙ୍କ ପ୍ରାର୍ଥନା ଏବଂ ଆରତୀ ସହିତ ଖୋଲାଯାଏ ଏବଂ ସନ୍ଧ୍ୟାରେ ଆଜାଦ୍‌ ହିନ୍ଦ୍‌ ସରକାରଙ୍କ ଜାତୀୟ ସଙ୍ଗୀତ ଗାନ କରାଯାଏ। ଶେଷ ଅଭିବାଦନ ଜଣାଇବା ପରେ ମନ୍ଦିରର କବାଟ ବନ୍ଦ ହୁଏ।

ଖାଦ୍ୟ ଅର୍ପଣ:

କେବଳ ସୁଭାଷ ଭବନରେ ପ୍ରସ୍ତୁତ ଖାଦ୍ୟ ପ୍ରତିଦିନ ମନ୍ଦିରକୁ ଦିଆଯାଏ। ସୁଭାଷ ମନ୍ଦିରରେ ଭୋଗ ଲାଗିବା ପରେ ସୁଭାଷ ଭବନରେ ରହୁଥିବା ସମସ୍ତ ସଦସ୍ୟ ଭୋଜନ ଗ୍ରହଣ କରନ୍ତି।

ଦଳିତ ଝିଅ ଏହି ମନ୍ଦିରର ପୁରୋହିତ:

There is a temple of netaji subhash Chandra bose in kashiଦଳିତ ଝିଅ ଏହି ମନ୍ଦିରର ପୁରୋହିତ

ଜଣେ ଦଳିତ ଝିଅ ଏହି ସୁଭାଷ ମନ୍ଦିରର ପୁରୋହିତ ଭାବରେ ନିଯୁକ୍ତ ହୋଇଛନ୍ତି। ସାମାଜିକ ଦୁଷ୍କର୍ମକୁ ଚ୍ୟାଲେଞ୍ଜ କରୁଥିବା ଏହି ମନ୍ଦିର କୌଣସି ପ୍ରକାର ଭେଦଭାବକୁ ସ୍ୱୀକୃତି ଦିଏ ନାହିଁ। କୌଣସି ଧର୍ମ କିମ୍ବା ଜାତିର ଲୋକମାନେ ଏଠାକୁ ଆସି ପରିଦର୍ଶନ କରି ଦେଶପ୍ରେମକୁ ଜାଗ୍ରତ କରିପାରିବେ। ୨୦୨୦ ମସିହାରେ ବିଶାଳ ଭାରତ ସନ୍ଥାନର ରାଷ୍ଟ୍ରୀୟ ସଭାପତି ଡ. ରାଜୀବ ଶ୍ରୀ ଗୁରୁଜୀ ଏହି ମନ୍ଦିର ନିର୍ମାଣ କରିଥିଲେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/pxF8NgT
Subhash Chandra Bose Jayanti 2024: ଏଇଠି ଅଛି ନେତାଜୀଙ୍କ ଭବ୍ୟ ମନ୍ଦିର; ନୀତିକାନ୍ତି ସହ ପୂଜା ପାଆନ୍ତି ସୁଭାଷ Pramod Behera Subhash Chandra Bose Jayanti 2024: ଏଇଠି ଅଛି ନେତାଜୀଙ୍କ ଭବ୍ୟ ମନ୍ଦିର; ନୀତିକାନ୍ତି ସହ ପୂଜା ପାଆନ୍ତି ସୁଭାଷ Pramod Behera Reviewed by SUBHENDU BARAL on January 22, 2024 Rating: 5

ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । Kanak News

January 21, 2024

କନକ ବ୍ୟୁରୋ : ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୦ଟା ୨୫ରେ ମୋଦୀ ଅଯୋଧ୍ୟା ବିମାନବନ୍ଦରେ ପହଞ୍ଚିବେ । ୧୦ଟା ୫୫ ମିନିଟରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଏବଂ ମଧ୍ୟାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବ । ମଧ୍ୟାହ୍ନ ୧ଟାରେ ପ୍ରଧାନମନ୍ତ୍ରୀ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ଅପରାହ୍ନ ୨ଟା ୧୦ରେ ଦିଲ୍ଲୀ ଫେରିଯିବେ । ତେବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ୭ ହଜାର ସେଲିବ୍ରେଟିଙ୍କୁ ଏହି କାର୍ଯ୍ୟକମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ ୬୦ ଭିଭିଆଇପି ଏବଂ ୯୦୦ ଭିଆଇପି ଆଜି ଯୋଗଦେବେ । ଏଥିପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଅଯୋଧ୍ୟାରେ ସ୍ନାଇପର ସ୍କ୍ୱାର୍ଡ ସହ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ୨୫ ହଜାର ଫୋର୍ସ ମୁତୟନ ରହିଛନ୍ତି । ସହରକୁ ଜଗିଛି ୧୦ ହଜାର ସିସିଟିଭି । ସୁରକ୍ଷା ତଦାରଖ ପାଇଁ ୩୧ ଆଇପିଏସ୍ ଅଫିସରଙ୍କୁ ମୁତୟନ କରାଯାଇଛି । ଏଆଇ ବିନିଯୋଗରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । କୌଣସି ପ୍ରକାରର ଅଘଟଣ ପାଇଁ ଆଣ୍ଟିଡ୍ରୋନ ବି ମୁୟତନ କରାଯାଇଛି । ନିଜେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

The post ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । first appeared on Kanak News.



from Kanak News https://ift.tt/RS6HFQb https://ift.tt/b3yiUfs
ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । Kanak News ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୁଖ୍ୟ ଯଜମାନ ସାଜିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ଅଯୋଧ୍ୟା । Kanak News Reviewed by SUBHENDU BARAL on January 21, 2024 Rating: 5

ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ । Kanak News

January 21, 2024

କନକ ବ୍ୟୁରୋ : ପୂରଣ ହେବ ୫୦୦ ବର୍ଷର ସ୍ୱପ୍ନ । ଆଜି ରାମ ମନ୍ଦିରରେ ବିରାଜିବେ ରାମ ଲଲା । ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହେବ । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳଧ୍ୱନୀ । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର ।

୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ଅଯୋଧ୍ୟାକୁ ଭକ୍ତଙ୍କ ସୁଅ ଛୁଟୁଛି । ସାଧୁ ସନ୍ଥ ମେଳି ବାନ୍ଧୁଛନ୍ତି । ରାମମୟ ହୋଇପଡିଛି ପୁରା ଅଯୋଧ୍ୟା । ୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର । ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ । ଏହାପୂର୍ବରୁ ଗତକାଲି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା ।

The post ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ । first appeared on Kanak News.



from Kanak News https://ift.tt/okhHbxg https://ift.tt/sFBZi8t
ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ । Kanak News ଆଜି ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ସକାଳ ୧୦ଟାରୁ ମଙ୍ଗଳଧ୍ୱନିରେ ପ୍ରକମ୍ପିତ ହେବ ମନ୍ଦିର, ପୂରା ଦେଶ ହୋଇଛି ରାମମୟ । Kanak News Reviewed by SUBHENDU BARAL on January 21, 2024 Rating: 5

ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର । Kanak News

January 20, 2024

କନକ ବ୍ୟୁରୋ: ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଉତ୍ସବମୁଖର ରାମ ଜନ୍ମ ଭୂମି ସମେତ ସାରାଦେଶ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଆଗମନକୁ ନେଇ ଝୁମୁଛି ଅଯୋଧ୍ୟା ନଗରୀ । ରଙ୍ଗୀନ ଆଲୋକର ମାଳାରେ ଉତ୍ସବ ମୁଖର ରାମଲଲାଙ୍କ ଜନ୍ମଭୂମୀ । ବିଭିନ୍ନ ରଙ୍ଗରେ ରଙ୍ଗୀନ ହୋଇଛି ରାମ ମନ୍ଦିର । ଦେଖିଲେ ଲାଗୁଛି ସତେ ଯେମିତି ଅଯୋଧ୍ୟାରେ ଦୀପାବଳି ପାଳନ ହେଉଛି ।

ରାମୟଣର ବର୍ଣ୍ଣନା ଅନୁସାରେ ରାମ ବନବାସରୁ ଫେରିବା ପରେ ଯେଉଁ ଉତ୍ସାହ ଅଯୋଧ୍ୟାରେ ଦେଖିବାକୁ ମିଳିଥିଲା । ଏବେ ଅଯୋଧ୍ୟା ସମେତ ସାରା ଦେଶରେ ରାମଙ୍କ ଆଗମନକୁ ନେଇ ସେଭଳି ଉତ୍ସାହ ଦେଖିବାକୁ ମିଳୁଛି । କେବଳ ରାମ ମନ୍ଦିର ନୁହେଁ, ସୂର୍ଯ୍ୟ ପଥ, ଲତାମଙ୍ଗେସ୍କର ଚୌକରେ ସୁଦୃଶ୍ୟ ଆଲୋକମାଳାର ସଜ୍ଜୀକରଣ ସମସ୍ତଙ୍କ ମନ ମୋହୁୁଛି । ଏହାଛଡା ସନ୍ଧ୍ୟାରେ ଲେଜର ଲାଇଟ ସୋ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ମନ୍ଦିର ପ୍ରତିଷ୍ଠାକୁ ମାତ୍ର ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବା ପାଇଁ ଦେଶ ବିଦେଶରୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ସୁଅ ଅଯୋଧ୍ୟାକୁ ଛୁଟୁଛି ।

The post ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର । first appeared on Kanak News.



from Kanak News https://ift.tt/hTS2GaN https://ift.tt/V7uPiWX
ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର । Kanak News ଆସନ୍ତାକାଲି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଅଯୋଧ୍ୟାକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲେଜର ଲାଇଟରେ ଝଲସୁଛି ପୁରା ସହର । Kanak News Reviewed by SUBHENDU BARAL on January 20, 2024 Rating: 5

Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera

January 20, 2024

ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ‘ରାମ’। ଯେଉଁଠି ‘ରାମ’ ଅଛି ସେଠି ଜୀବନ ଅଛି। ‘ରାମ’ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେ‍ଇ ଯୋଗଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ‘‍ଇଡା’ ଓ ‘ପିଙ୍ଗଳା’ ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ‍ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି ଅକ୍ଷରର ସଂପର୍କ ପିଙ୍ଗଳା ନାଡି ସହିତ ରହିଛି।

ସେହିପରି ‘ମ’ ଶବ୍ଦ ଉଚ୍ଚାରଣରେ ଶୀତଳ ବାୟୁ ଶରୀରକୁ ପ୍ରବେଶ କରିଥାଏ। ଇଡା ନାଡି ବା ଚନ୍ଦ୍ର ନାଡି ଶୀତଳତାର ପ୍ରତୀକ ହୋ‍ଇଥିବାରୁ ଏହି ଅକ୍ଷରକୁ ଇଡା ନାଡି ସହ ତୁଳନା କରାଯାଏ।

ସୂର୍ଯ୍ୟ ଓ ଚନ୍ଦ୍ରର ମିଳନ ରାମ:

ରାମ ହେଉଛନ୍ତି ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରର ସମ୍ମିଳିତ ଏକ ଗୁଢ ତତ୍ତ୍ୱ। ତେଣୁ ସେ ସୂର୍ଯ୍ୟବଂଶରେ ଜନ୍ମ ନେଇ ମଧ୍ୟ ରାମଚନ୍ଦ୍ର ନାମ ଧାରଣ କରିଛନ୍ତି। ଯଦି ଜଣେ ବାରମ୍ବାର ‘ରାମ’ ଶବ୍ଦ ଜପ କରେ ତେବେ ତା’ର ପ୍ରାଣାୟାମ କାମଟି ମଧ୍ୟ ହେଇଯାଏ। ସେହିଭଳି ‘ରା’ ହେଉଛି ‘ଆଲୋକ’ ଓ ‘ମ’ ହେଉଛି ‘ଭିତରେ’। ତେଣୁ ଆମ ଭିତରେ ଥିବା ଦିବ୍ୟ ଆଲୋକ ଶକ୍ତିଟି ହେଉଛି ‘ରାମ’।

ରାମ ହେଉଛି ଏକ ମନ୍ତ୍ର। ଏହି ମନ୍ତ୍ରରେ ରହିଛି ଅପାର ଶକ୍ତି। ଏହି ମନ୍ତ୍ର ନିର୍ଧନକୁ ଧନୀ କରିପାରେ, ଏହି ମନ୍ତ୍ର ରୋଗୀକୁ ନିରୋଗୀ କରିପାରେ, ଏହି ମନ୍ତ୍ର ଦାନବକୁ ମଧ୍ୟ ମହାମାନବରେ ରୂପାନ୍ତର କରିପାରେ। ଏହା ନ ହୋ‍ଇଥିଲେ ଦସ୍ୟୁ ରତ୍ନାକର କ’ଣ ଏହି ନାମ ଜପକରି ମହର୍ଷି ବାଲ୍ମିକୀ ହୋଇପାରିଥାନ୍ତେ। ଅନ୍ୟାନ୍ୟ ଗାୟତ୍ରୀ ମନ୍ତ୍ର ପରି ରାମ ଗାୟତ୍ରୀ ମନ୍ତ୍ର ମଧ୍ୟ ଜୀବନର ରକ୍ଷା କବଚ ସାଜିଥାଏ।

“ଓମ୍ ଦଶରଥାୟ ବିଦ୍‌ମହେ ସିତା ବଲ୍ଲଭାୟ ଧିମହି

ତନ୍ନୋ ରାମଃ ପ୍ରଚୋଦୟାତ୍”

ଏହି ପ୍ରାର୍ଥନା ଦ୍ୱାରା ଜଣେ ବ୍ୟକ୍ତି ନିଜର ସ୍ୱଚ୍ଛ ଚିନ୍ତାଧାରା ଓ ସ୍ୱଚ୍ଛ ବିଚାରର କାମନା କରିଥାଏ।

ମଣିପୁର ଚକ୍ରର ମନ୍ତ୍ର 'ରାମ':

ଯୋଗଶାସ୍ତ୍ର ଅନୁସାରେ ଆମ ଶରୀରରେ ୭ଟି ଚକ୍ର ଅଛି। ଏହି ଚକ୍ରଗୁଡିକ ହେଲା ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧି, ଆଜ୍ଞା ଓ ଶହସ୍ରାହାର। ପ୍ରତ୍ୟେକ ଚକ୍ରରେ ଏକ ବୀଜ ମନ୍ତ୍ର ଅଛି, ଯାହା ସେହି ଚକ୍ରକୁ ଜାଗ୍ରତ କରିଥାଏ। ଶରୀରର ତୃତୀୟ ଚକ୍ର ମଣିପୁରର ବୀଜ ମନ୍ତ୍ର ହେଉଛି ‘ରଂ’ (ରାମ)।

ଏହି ଚକ୍ର ନାଭି ପଛରେ ମେରୁଦଣ୍ଡରେ ଥାଏ। ଏହି ଚକ୍ର ହେଉଛି ଶକ୍ତିର ସବୁଠାରୁ ବଡ କେନ୍ଦ୍ର, ଏଠାରୁ ହିଁ ଶକ୍ତି ଶରୀରର ଅନ୍ୟ ସ୍ଥାନକୁ ବିସ୍ତାର ହୋଇଥାଏ। ଏହା ଅଗ୍ନି ତତ୍ତ୍ୱକୁ ନିୟନ୍ତ୍ରଣ କରେ ଏବଂ ରାଜସିକ ଗୁଣକୁ ସକ୍ରିୟ କରେ। ଏହି ଚକ୍ର ସକ୍ରିୟ ହେବା ଦ୍ୱାରା ଲଜ୍ଜା, ମନ୍ଦ ଭାବନା, ଈର୍ଷା, ସୁଷୁପ୍ତି, ବିଷାଦ, କଷଣ, ତୃଷ୍ଣା, ମୋହ, ଘୃଣା ଏବଂ ଭୟ ନିୟନ୍ତ୍ରିତ ହୁଏ। ମନ କିମ୍ବା ଶରୀର ଉପରେ ପଡୁଥିବା ପ୍ରଭାବ ସିଧାସଳଖ ମଣିପୁର ଚକ୍ର ଉପରେ ପଡେ। ଏହି ଚକ୍ର ମନୁଷ୍ୟର ଭାଗ୍ୟକୁ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ। ଏହି ଚକ୍ର ଖୋଲିବାକୁ 'ରାମ' ମନ୍ତ୍ର ଜପ କରାଯାଏ। ‘ରା’ ଉଚ୍ଚାରଣରେ ‘ପିଙ୍ଗଳା’ ବା ସୂର୍ଯ୍ୟ ଶକ୍ତି ସକ୍ରିୟ ହୁଏ ଓ ‘ମ’ ଉଚ୍ଚାରଣରେ ‘ଇଡା’ ବା ଚନ୍ଦ୍ର ଶକ୍ତି ସକ୍ରିୟ ହୁଏ। ଯାହାର ସ୍ପନ୍ଦନ ସିଧା ମୂଳାଧାର ଚକ୍ର ଉପରେ ପଡେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Rx6vT7z
Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera Ayodhya Ram Mandir: ରାମ ନାମ ଜପ କଲେ ମଣିଷ ହୋଇଯାଏ ଶକ୍ତିଶାଳୀ; କ’ଣ ରହିଛି ବୈଜ୍ଞାନିକ କାରଣ Pramod Behera Reviewed by SUBHENDU BARAL on January 20, 2024 Rating: 5
Powered by Blogger.