Subhash Chandra Bose Jayanti 2024: ଏଇଠି ଅଛି ନେତାଜୀଙ୍କ ଭବ୍ୟ ମନ୍ଦିର; ନୀତିକାନ୍ତି ସହ ପୂଜା ପାଆନ୍ତି ସୁଭାଷ Pramod Behera
ଆଜି ହେଉଛି ଜାତୀୟ ଆନ୍ଦୋଳନର ଶକ୍ତିଶାଳୀ ନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଦିନକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଏ। ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଶକ୍ତି ଦେଇଥିବା ନେତାଜୀ ୧୮୯୪ ମସିହାରେ ଓଡ଼ିଶାର କଟକ ସହରରେ ଜନ୍ମଗ୍ରହଣ କରିଥିଲେ।
ନେତାଜୀଙ୍କ ଜୀବନ ଏବଂ ଦେଶ ପାଇଁ ତାଙ୍କର ତ୍ୟାଗ ଆଜି ବି ଯୁବପିଢିଙ୍କ ପାଇଁ ପ୍ରେରଣାଦାୟକ। ଆଜି ବି ସେ ସମସ୍ତଙ୍କ ପାଇଁ ସମ୍ମାନର ପାତ୍ର ଆଉ ପୂଜ୍ୟ ମଧ୍ୟ। ଏମିତିରେ ଘରେ ହେଉ କି ଶିକ୍ଷାନୁଷ୍ଠାନ ବା ଅଫିସ ତାଙ୍କର ଫଟୋ ଥାଏ ଆଉ ପୂଜା ମଧ୍ୟ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ତାଙ୍କର ଅଛି ସ୍ୱତନ୍ତ୍ର ମନ୍ଦିର ଆଉ ସେଠାରେ ପୂଜା ପାଆନ୍ତି ନେତାଜୀ।
ମନ୍ଦିରର ସହର କାଶୀରେ ଭାରତର ସେହି ମହାନ ବୀରଙ୍କୁ ଜାତୀୟ ଦେବତା ଭାବରେ ପୂଜା କରାଯାଏ, ଯିଏ କେବଳ ଏହି ଦେଶକୁ ସ୍ୱାଧୀନତା ଦେଇନାହାଁନ୍ତି ବରଂ ସାରା ବିଶ୍ୱରେ ଭାରତୀୟ ସ୍ୱାଭିମାନକୁ ମଧ୍ୟ ସମ୍ମାନିତ କରିଥିଲେ। ବାରାଣାସୀର ଲାମ୍ହି ଅଞ୍ଚଳର ଇନ୍ଦ୍ରେଶ ନଗରରେ ଅଛି ସୁଭାଷ ମନ୍ଦିର। ଏହାର ସିଡ଼ି ଲାଲ ରଙ୍ଗର ଅଟେ ଯାହା ବିପ୍ଳବର ପ୍ରତୀକ। ଏହାର ଚଟାଣ ଧଳା ରଙ୍ଗର ଅଟେ ଯାହା ଶାନ୍ତିର ପ୍ରତୀକ ଅଟେ।
ଏହି ମନ୍ଦିରରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୬ ଫୁଟର ପ୍ରତିମୂର୍ତ୍ତି କଳା ରଙ୍ଗର ଅଟେ ଯାହା ଶକ୍ତିର ପ୍ରତୀକ ଅଟେ। ଉପରେ ଏକ ସୁବର୍ଣ୍ଣ ରଙ୍ଗର ଛତା ଅଛି ଯାହା ସମୃଦ୍ଧିର ପ୍ରତୀକ। ସାରା ଦେଶ ପାଇଁ ଏହି ମନ୍ଦିରର ବାର୍ତ୍ତା ହେଉଛି ଯେ “ବିପ୍ଳବର ପଥ ଅନୁସରଣ କଲେ ଶାନ୍ତି ସ୍ଥାପିତ ହୁଏ ଏବଂ ଶାନ୍ତିର ଆଧାରରେ ଶକ୍ତି ସ୍ଥାପିତ ହୁଏ, ଯାହା ସମୃଦ୍ଧି ଆଣିଥାଏ।” ଏହି ମନ୍ଦିରର ପୁରୋହିତ ଜଣେ ଦଳିତ ଝିଅ। ଏହି ମନ୍ଦିର ୨୦୨୦ରେ ପ୍ରତିଷ୍ଠିତ ହୋଇଥିଲା।
କେମିତି ହୁଏ ପୂଜା:
ଦେଶ ତଥା ବିଦେଶର ସୁଭାଷବାଦୀମାନେ ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ଇଚ୍ଛା କରନ୍ତି। କାଶୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଉଭୟ ମହାନ ବୀର ତଥା ଦେବତାର ମାନ୍ୟତା ଦିଆଯାଇଛି। ତେଣୁ ଏଠାରେ ଅତି ପବିତ୍ର ଜାତୀୟ ଦେବତା ଭାବେ ସୁଭାଷଙ୍କୁ ସମ୍ମାନ କରାଯାଏ।
ଏହି ସୁଭାଷ ମନ୍ଦିର ସକାଳ ସାତଟାରେ ଭାରତ ମାତାଙ୍କ ପ୍ରାର୍ଥନା ଏବଂ ଆରତୀ ସହିତ ଖୋଲାଯାଏ ଏବଂ ସନ୍ଧ୍ୟାରେ ଆଜାଦ୍ ହିନ୍ଦ୍ ସରକାରଙ୍କ ଜାତୀୟ ସଙ୍ଗୀତ ଗାନ କରାଯାଏ। ଶେଷ ଅଭିବାଦନ ଜଣାଇବା ପରେ ମନ୍ଦିରର କବାଟ ବନ୍ଦ ହୁଏ।
ଖାଦ୍ୟ ଅର୍ପଣ:
କେବଳ ସୁଭାଷ ଭବନରେ ପ୍ରସ୍ତୁତ ଖାଦ୍ୟ ପ୍ରତିଦିନ ମନ୍ଦିରକୁ ଦିଆଯାଏ। ସୁଭାଷ ମନ୍ଦିରରେ ଭୋଗ ଲାଗିବା ପରେ ସୁଭାଷ ଭବନରେ ରହୁଥିବା ସମସ୍ତ ସଦସ୍ୟ ଭୋଜନ ଗ୍ରହଣ କରନ୍ତି।
ଦଳିତ ଝିଅ ଏହି ମନ୍ଦିରର ପୁରୋହିତ:
ଦଳିତ ଝିଅ ଏହି ମନ୍ଦିରର ପୁରୋହିତଜଣେ ଦଳିତ ଝିଅ ଏହି ସୁଭାଷ ମନ୍ଦିରର ପୁରୋହିତ ଭାବରେ ନିଯୁକ୍ତ ହୋଇଛନ୍ତି। ସାମାଜିକ ଦୁଷ୍କର୍ମକୁ ଚ୍ୟାଲେଞ୍ଜ କରୁଥିବା ଏହି ମନ୍ଦିର କୌଣସି ପ୍ରକାର ଭେଦଭାବକୁ ସ୍ୱୀକୃତି ଦିଏ ନାହିଁ। କୌଣସି ଧର୍ମ କିମ୍ବା ଜାତିର ଲୋକମାନେ ଏଠାକୁ ଆସି ପରିଦର୍ଶନ କରି ଦେଶପ୍ରେମକୁ ଜାଗ୍ରତ କରିପାରିବେ। ୨୦୨୦ ମସିହାରେ ବିଶାଳ ଭାରତ ସନ୍ଥାନର ରାଷ୍ଟ୍ରୀୟ ସଭାପତି ଡ. ରାଜୀବ ଶ୍ରୀ ଗୁରୁଜୀ ଏହି ମନ୍ଦିର ନିର୍ମାଣ କରିଥିଲେ।
from Latest Odisha News, Breaking News Today | Top Updates on Corona - OTV News https://ift.tt/pxF8NgT
No comments: