ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପର ଲୋକାର୍ପଣ ଆଜି ହେବାକୁ ଯାଉଛି । ପଶ୍ଚିମ ଓଡିଶାର ଆଧାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ ସମଲେଇ ପ୍ରକଳ୍ପ ଯଜ୍ଞ ପାଇଁ ପୂଜା ବିଧି ଆରମ୍ଭ ହୋଇସାରିଛି । ।

ପୁରୋହିତଙ୍କ ମନ୍ତ୍ରୋଚାରଣ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ସମ୍ବଲପୁର ସହର । ମଧ୍ୟାହ୍ନ ୧୨ଟା ବେଳେ ମନ୍ଦିର ପରିସରରେ ପହଂଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ମା’ଙ୍କ ଆର୍ଶୀବାଦ ନେଇ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ଅପରାହ୍ଣ ୫ଟାରୁ ଭକ୍ତମାନେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିପାରିବେ । ସମଲେଶ୍ୱରୀ ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କରାଯାଇଛି । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରକଳ୍ପର ପ୍ରତିଟି ଦୃଶ୍ୟକୁ ଟେଲିଭିଜିନ ମାଧ୍ୟମରେ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିସହ ସମ୍ବଲପୁରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

The post ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । first appeared on Kanak News.



from Kanak News https://ift.tt/T6GnHaK https://ift.tt/XfQYl2o
ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News ଆଜି ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ପ୍ରକଳ୍ପର ଲୋକାର୍ପଣ । ସକାଳୁ ସକାଳୁ ପୂଜାର୍ଚ୍ଚନା ଆରମ୍ଭ । Kanak News Reviewed by SUBHENDU BARAL on January 26, 2024 Rating: 5

No comments:

Powered by Blogger.