Instagram: ଇନ୍‌ଷ୍ଟାଗ୍ରାମ୍ ଆଣିଲା ନୂଆ ଫିଚର୍; ୧୦ଟା ପରେ ପିଲାମାନେ ଆଉ କରିପାରିବେ ନାହିଁ ଆପ୍‌ ବ୍ୟବହାର Pramod Behera

ଛୋଟ ପିଲାମାନଙ୍କୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସୁରକ୍ଷିତ ରଖିବା ପାଇଁ ମେଟା କ୍ରମାଗତ ଭାବରେ କାମ କରୁଛି। ଏଥିପାଇଁ କମ୍ପାନୀ ଉପରେ ଅନେକ ଚାପ ପଡୁଛି। ନିକଟରେ ମେଟା ପିଲାମାନଙ୍କ ସୁରକ୍ଷା ପାଇଁ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ନୂଆ ଫିଚର ଯୋଡିଥିଲା, ଯାହାଦ୍ୱାରା ସେମାନେ Explore ଏବଂ reels ଇତ୍ୟାଦିରେ ହାନିକାରକ କଣ୍ଟେଣ୍ଟ୍ ଦେଖିବେ ନାହିଁ। ବର୍ତ୍ତମାନ କମ୍ପାନୀ ଶିଶୁ ସୁରକ୍ଷା ପାଇଁ ପ୍ଲାଟ୍‌ଫର୍ମରେ ଆଉ ଏକ ଫିଚର ଯୋଡିଛି।

ଏକ ରିପୋର୍ଟ ଅନୁଯାୟୀ, ଇନ୍‌ଷ୍ଟାଗ୍ରାମ୍‌ ପିଲାମାନଙ୍କ ପାଇଁ Night Time Nudges ଫିଚର ଆଣିଛି। ଆପଣଙ୍କୁ ସରଳ ଶବ୍ଦରେ କହିବାକୁ, କମ୍ପାନୀ ପିଲାମାନଙ୍କୁ ରାତି ୧୦ଟା ପରେ ପ୍ଲାଟଫର୍ମରୁ ଦୂରରେ ରହିବାକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଖାଇବ। ଏହି ଫିଚରର ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ ବିଳମ୍ବିତ ରାତିରେ ଆପ୍ ବ୍ୟବହାର କରିବାକୁ ରୋକିବା।

କମ୍ପାନୀ ଏକ ପପ୍ଅପ୍ ଦେଖାଇବ ଯେଉଁଥିରେ ଟାଇମ୍ ଫର୍ ବ୍ରେକ୍ ଲେଖାଯିବ, ଏହା ସହିତ ଏହା ମଧ୍ୟ ଲେଖାଯିବ ଯେ ବହୁତ ଡେରି ହୋଇଛି, ବର୍ତ୍ତମାନ ତୁମେ ଇନଷ୍ଟାଗ୍ରାମ ବନ୍ଦ କରିବା ଉଚିତ। ଏହି ପ୍ରକାର ବାର୍ତ୍ତା କେବଳ ଶିଶୁ କିମ୍ବା ଛୋଟ ପିଲାଙ୍କ ଆକାଉଣ୍ଟରେ ରାତି ୧୦ଟା ପରେ ସେତେବେଳେ ଦେଖାଯିବ ଯେତେବେଳେ ସେମାନେ ଆଉ ଅଧିକ ୧୦ ମିନିଟ ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି।

ପିଲାମାନେ ଏହି ପପ୍ଅପ୍ ମେସେଜ୍‌କୁ ବନ୍ଦ କରିପାରିବେ ନାହିଁ, କାରଣ ଏହା ଏକ ଅପ୍ଟ ଇନ୍ ବା ଆଉଟ୍ ଫିଚର ନୁହେଁ। କମ୍ପାନୀ ସ୍ୱୟଂଚାଳିତ ଭାବରେ ଆପଣଙ୍କୁ ଏହି ମେଜେଜ ଦେଖାଇବ ଯାହାକୁ ୟୁଜର୍ସ କେବଳ ବନ୍ଦ କରିପାରିବେ।

ୟୁଜର୍ ସେଫ୍ଟି ପାଇଁ ପୂର୍ବରୁ ଇନଷ୍ଟାଗ୍ରାମରେ ଅନେକ ଫିଚର ଅଛି। ସ୍କ୍ରିନ୍‌ ଟାଇମ୍ କମ୍‌ କରିବା ପାଇଁ କମ୍ପାନୀ ଆପ୍‌ରେ ବ୍ରେକ୍, quite ମୋଡ୍ ଭଳି ଫିଚର ଦେଇଛି। ଏସବୁକୁ ଅନ୍ କରି ଆପଣ ଆପଣଙ୍କର ସ୍କ୍ରିନ୍ ଟାଇମ୍ ହ୍ରାସ କରିପାରିବେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/GM6WDh4
Instagram: ଇନ୍‌ଷ୍ଟାଗ୍ରାମ୍ ଆଣିଲା ନୂଆ ଫିଚର୍; ୧୦ଟା ପରେ ପିଲାମାନେ ଆଉ କରିପାରିବେ ନାହିଁ ଆପ୍‌ ବ୍ୟବହାର Pramod Behera Instagram: ଇନ୍‌ଷ୍ଟାଗ୍ରାମ୍ ଆଣିଲା ନୂଆ ଫିଚର୍; ୧୦ଟା ପରେ ପିଲାମାନେ ଆଉ କରିପାରିବେ ନାହିଁ ଆପ୍‌ ବ୍ୟବହାର Pramod Behera Reviewed by SUBHENDU BARAL on January 19, 2024 Rating: 5

No comments:

Powered by Blogger.