Vastu Tips: ଘରର ଏହି ସ୍ଥାନରେ ବାସ୍ତୁଦୋଷ ଥିଲେ ଆସେ ଅକାଳ ବିୟୋଗ Pramod Behera

ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ଯାହା ବି ଦେଖୁଛେ ଯଥା ଗ୍ରହ, ତାରା, ସୂର୍ଯ୍ୟ ଏବଂ ପୃଥିବୀ ତାହା ସହିତ ପ୍ରତ୍ୟେକ ବସ୍ତୁ ଏବଂ ପ୍ରତ୍ୟେକ ପ୍ରାଣୀ ପଞ୍ଚଭୂତଙ୍କ ଦ୍ୱାରା ଗଠିତ। ଏହି ପଞ୍ଚଭୂତ ଗୁଡ଼ିକ ହେଲା- (୧) ପୃଥିବୀ (୨) ବାୟୁ (୩) ଜଳ (୪) ଆକାଶ, (୫) ଅଗ୍ନି।

ଆମ ଗୃହ ମଧ୍ୟ ଏହି ପଞ୍ଚଭୂତରେ ହିଁ ତିଆରି। ପ୍ରତ୍ୟେକ ବାସଗୃହରେ ଏହି ପଞ୍ଚଭୂତର ପ୍ରଭାବ ଭିନ୍ନଭାବରେ ପଡ଼ିଥାଏ। କେଉଁ ଗୃହରେ ଅଗ୍ନି ଦୋଷ ତ କେଉଁ ଗୃହରେ ବାୟୁ ଦୋଷ। କେଉଁଠି ପୃଥିବୀ ତତ୍ତ୍ୱର ଦୋଷ ଉତ୍ପନ୍ନ ହୋଇଥାଏ ତ କେଉଁଠି ଆକାଶ ବା ସ୍ପେସ୍‌ରେ ଅସନ୍ତୁଳନ ହୋଇଥାଏ। ଏହି ପଞ୍ଚତତ୍ତ୍ୱର ସମ୍ପର୍କ ବାସ୍ତୁର ପ୍ରତ୍ୟେକ ଦିଗକୁ ପ୍ରଭାବିତ କରିଥାଏ।

ଏଣୁ କୌଣସି ଦିଗରେ ନିର୍ମାଣରେ ଭୁଲ୍‌ ଥିଲେ ସେହି ଦିଗରେ ଯେଉଁ ତତ୍ତ୍ୱ ହୋଇଥାଏ ସେହି ତତ୍ତ୍ୱର ଅସନ୍ତୁଳନ ଯୋଗୁଁ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ। ଆମେ ବାସ୍ତୁର ନିୟମକୁ ମାନିବା ନିହାତି ଆବଶ୍ୟକ ଏବଂ ଏହାର ଉଲ୍ଲଙ୍ଘନ ଗୃହବାସୀଙ୍କୁ ଖରାପ ଭାବରେ ପ୍ରଭାବିତ କରିଥାଏ।

ଭୂମି ବା ପୃଥିବୀ ଯାହାକୁ ଆମେ ମା’ ବୋଲି ସମ୍ବୋଧନ କରୁ, ଏହା ହେଉଛି ଏକ ବୃହତ ଚୁମ୍ବକୀୟ କ୍ଷେତ୍ର। ଏହାର ପ୍ରଭାବ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଲୋକମାନଙ୍କ ଉପରେ ପଡ଼ିଥାଏ। ଭୂମି ପ୍ରତ୍ୟେକ ସଜୀବ ଓ ନିର୍ଜୀବ ଉପରେ ପ୍ରଭାବ ପକାଇଥାଏ। ଭୂମି ଆମକୁ ମାଆ ପରି ଦୃଢ଼ତା, ଧୈର୍ଯ୍ୟ ଏବଂ ଜୀବନରେ ଏକ ସନ୍ତୁଳନତା ପ୍ରଦାନ କରିଥାଏ।

ଏଣୁ ଯଦି ବାସ୍ତୁରେ ଏହି ପୃଥିବୀ ତତ୍ତ୍ୱର ଅସନ୍ତୁଳନ ହୋଇଥାଏ ତେବେ ଗୃହବାସୀମାନେ ଧୈର୍ଯ୍ୟହରା ହୁଅନ୍ତି, ଏକ ସନ୍ତୁଳିତ ଜୀବନଯାପନ କରି ପାରନ୍ତି ନାହିଁ ଯାହା ଫଳରେ ବିଭିନ୍ନ ରୋଗ ସୃଷ୍ଟି ହୁଏ।

ଏବେ ଜାଣିବା ବାସ୍ତୁର କେଉଁ କ୍ଷେତ୍ରଟି ପୃଥିବୀ ତତ୍ତ୍ୱର ଅଧିନରେ ଥାଏ, ଯାହାର ଅସନ୍ତୁଳନ ଆମକୁ ମୃତ୍ୟୁବତ ପୀଡ଼ା ହେଇଥାଏ। ସେହି କ୍ଷେତ୍ରଟି ହେଉଛି ଦକ୍ଷିଣ-ପଶ୍ଚିମ କୋଣ ବା ନୈଋତ କୋଣ। ଏହି ନୈଋତ କୋଣର ଦେବତା ହେଉଛନ୍ତି ପିତୃପୁରୁଷ, ଏଣୁ ଗୃହର ପିତୃଦେବତାମାନଙ୍କ ପ୍ରଭାବ ଏହି କ୍ଷେତ୍ରରେ ପଡିଥାଏ।

ଏହି ଦିଗର ଗ୍ରହ ହେଉଛନ୍ତି ରାହୁ। ଏଣୁ ଯଦି ନିର୍ମାଣ ସମୟରେ ଗୃହର ବିସ୍ତାର ଅଧିକ ହୋଇ ଯଦି ଦକ୍ଷିଣ ପଶ୍ଚିମ ବା ନୈଋତ କୋଣକୁ ବନ୍ଦ କରିଦିଏ ଅର୍ଥାତ୍ ଏହି ଦିଗଟି ବଢିଯାଇଥାଏ ତେବେ ଏହି କ୍ଷେତ୍ରରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ।

ଏହାର ପ୍ରଭାବରୁ ଗୃହରେ ପୃଥିବୀ ତତ୍ତ୍ୱ ଅସନ୍ତୁଳିତ ହୋଇଥାଏ ଫଳରେ ରାହୁ ଗ୍ରହର ଖରାପ ପ୍ରଭାବ ପଡେ ଏବଂ ପିତୃ ପୁରୁଷ ବା ପିତୃଦେବତା ଗୃହବାସୀଙ୍କ ଉପରେ ଅଶୁଭ ପ୍ରଭାବ ପକାନ୍ତି। ଏଣୁ ଗୃହବାସୀଙ୍କ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ଏବଂ ବେଳେ ବେଳେ ଅକାଳ ମୃତ୍ୟୁ ପରି ସମସ୍ୟା ସୃଷ୍ଟି ହୋଇଥାଏ।

ପ୍ରତିକାର:

ଏହି କ୍ଷେତ୍ରରେ ରାହୁ ଯନ୍ତ୍ର ବିଧି ବିଧାନର ସହିତ ସ୍ଥାପନା ଏବଂ ଶିସା ଧାତୁର ସ୍ଥାପନ କଲେ ଏହି ଦୋଷ କମିଥାଏ। ଏହି ବାସ୍ତୁ ପ୍ରତିକାର ସହିତ ପିତୃପୁରୁଷଙ୍କୁ ଯଥାବିଧିରେ ତର୍ପଣ ଏବଂ ଶ୍ରାଦ୍ଧ ନିଶ୍ଚିତ ଭାବରେ ଦେଲେ ଏହି ଦୋଷର ପ୍ରତିକାର ହୋଇଥାଏ ଏବଂ ଗୃହବାସୀଙ୍କ ଉପରେ ଶୁଭ ପ୍ରଭାବ ପଡିଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)



from Latest Odisha News, Breaking News Today | Top Updates on Corona - OTV News https://ift.tt/PFBKz9O
Vastu Tips: ଘରର ଏହି ସ୍ଥାନରେ ବାସ୍ତୁଦୋଷ ଥିଲେ ଆସେ ଅକାଳ ବିୟୋଗ Pramod Behera Vastu Tips: ଘରର ଏହି ସ୍ଥାନରେ ବାସ୍ତୁଦୋଷ ଥିଲେ ଆସେ ଅକାଳ ବିୟୋଗ Pramod Behera Reviewed by SUBHENDU BARAL on November 29, 2023 Rating: 5

No comments:

Powered by Blogger.