
କନକ ବ୍ୟୁରୋ : ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା । ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଝିଅକୁ ଘରେ ଛାଡି ମାଆ କାମକୁ ଯାଇଥିବା ବେଳେ ପଡୋସୀ ଘରର ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଦୁଷ୍କର୍ମ କରିଥିବା ପିଲା ନାବାଳକ ବୋଲି ସୂଚନା ମଳିଛି । ଗତ ବର୍ଷ ନାବଳିକାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ବିଧବା ମାଆ ଝିଅକୁ ନେଇ ଏକା ରହୁଥିଲା ।
ଗତକାଲି ସକାଳୁ ମାଆ କାମ କରିବାକୁ ଯାଇଥିଲା । ଏହି ସମୟରେ ନାବାଳିକାଙ୍କୁ ପଡୋସୀ ଘରର ଜଣେ ବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ ନକରିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବା ପୀଡ଼ିତର ମାଆ ଅଭିଯୋଗ କରିଛନ୍ତି ।
The post ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ first appeared on Kanak News.
from Kanak News https://ift.tt/nGkXx5T https://ift.tt/5afymu2
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା : ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ Kanak News
Reviewed by SUBHENDU BARAL
on
October 14, 2023
Rating:
No comments: