ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ  Kanak News

କନକ ବ୍ୟୁରୋ : ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି । ଏହାରି ଭିତରେ ତିନି ଦିନ ହେଲା ଓପାସରେ ମହାପ୍ରଭୁ ଲିଙ୍ଗରାଜ । ତେବେ ଆଜି ବିବାଦର ସମାଧାନ ହେବା ନେଇ ଆଶା ରଖିଛନ୍ତି ସେବାୟତ ଓ ମନ୍ଦିର ପ୍ରଶାସନ । ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତର କମିଶନର । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ତେବେ ଭକ୍ତଙ୍କ ପାଇଁ ସାହାଣମେଲା ଖୋଲା ରହିଥିଲେ ବି ଦେବ ନୀତି ବନ୍ଦ ରହିଛି । ଅନ୍ୟପଟେ ସେବାୟତଙ୍କ ମଧ୍ୟରେ ବିବାଦ ଓ ସମନ୍ୱୟ ଅଭାବରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଛି ।

The post ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ  first appeared on Kanak News.



from Kanak News https://ift.tt/igQ8ZL5 https://ift.tt/47CjO60
ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ  Kanak News ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ  Kanak News Reviewed by SUBHENDU BARAL on October 26, 2023 Rating: 5

No comments:

Powered by Blogger.