ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସଙ୍କ ଶତକ, ଆଦାମ ଜାମ୍ପଙ୍କ ଘାତକ ବୋଲିଂ: ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ Kanak News

କନକ ବ୍ୟୁରୋ: ବିଶ୍ୱକପରେ ପାକିସ୍ତାନର ଲଗାତର ଦ୍ୱିତୀୟ ପରାଜୟ । ଭାରତ ପରେ ଅଷ୍ଟ୍ରେଲିଆଠୁ ହାରିଛି ପାକିସ୍ତାନ । ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶଙ୍କ ଶତକ, ଆଦମ ଜାମ୍ପଙ୍କ ଘାତକ ବୋଲିଂ ପାକିସ୍ତାନକୁ ୬୨ ରନରେ ହରାଇଛି ଅଷ୍ଟ୍ରେଲିଆ । ପ୍ରଥମ ବ୍ୟାଟିଂ କରି ୩୬୭ ରନ କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ ୱାର୍ଣ୍ଣରଙ୍କ ୧୬୫ ରନ ଏବଂ ମିଚେଲ ମାର୍ଶଙ୍କ ୧୨୧ ରନ ବଳରେ ଦଳ ଏତେ ରନ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନ ପ୍ରଥମରୁ ଭଲ ସ୍ଥିତିରେ ଥିଲେ ମଧ୍ୟ ମଧ୍ୟକ୍ରମରେ ବ୍ୟାଟରମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଦୁଇ ଓପନର ଅବଦୁଲ୍ଲା ଏବଂ ଇମାମ ଉଲ ହକ ଅର୍ଦ୍ଧଶତକ ମାରିଥିଲେ । କିନ୍ତୁ ପୁଣି ଫେଲ ମାରିଥିଲେ ବାବର ଆଜମ । ଫଳରେ ପାକିସ୍ତାନ ୪୫ ଓଭର ୩ ଟି ବଲରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା । ସେପଟେ ଆଜି ଦକ୍ଷିଣ ଆଫ୍ରକିା- ଇଂଲଣ୍ଡ ଏବଂ ନେଦରଲାଣ୍ଡ-ଶ୍ରିଲଙ୍କା ମଧ୍ୟରେ ମୁକାବିଲା ହେବ ।
The post ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସଙ୍କ ଶତକ, ଆଦାମ ଜାମ୍ପଙ୍କ ଘାତକ ବୋଲିଂ: ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ first appeared on Kanak News.
from Kanak News https://ift.tt/urv0bnT https://ift.tt/YrvmDj9
No comments: