ବଲିଉଡରେ ଇଡି ଆତଙ୍କ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର; ରଣବୀର କପୁରଙ୍କ ପରେ ଆଉ ୪ଜଣଙ୍କୁ ନୋଟିସ୍ Kanak News
କନକ ବ୍ୟୁରୋ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡରେ ଇଡି ଆତଙ୍କ । ବଲିଉଡ ଅଭିନେତା ରଣବୀର କପୁରଙ୍କ ପରେ ଅଭିନେତ୍ରୀ ଶ୍ରଦ୍ଧା କପୁର, କମିଡି କିଙ୍ଗ୍ କପିଶ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରେଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି ।
ଏମାନଙ୍କର ଭୂମିକା କ’ଣ, କିଭଳି ଠକେଇରେ ଏମାନଙ୍କର ସମ୍ପୃକ୍ତି ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମାସ ଫେବୃଆରୀ ମାସରେ ଦୁବାଇର ଏକ ବିବାହ ଉତ୍ସବରେ ଏହି ଫିଲ୍ମ ଷ୍ଟାରମାନଙ୍କୁ ନାଚଗୀତ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା । ଏହି ବିବାହ ଉତ୍ସବରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାକୁ ନେଇ ଇଡି ଖୋଳତାଡ କରିବା ପରେ ଠକେଇ ସମ୍ପର୍କରେ ସୁରାକ ପାଇଥିଲା ।
ସୌରଭ ଚନ୍ଦ୍ରାକର ନାମକ ଛତିଶଗଡର ଜଣେ ୨୮ ବର୍ଷିୟ ଯୁବକଙ୍କ ବିବାହ ଉତ୍ସବରେ ଦୁବାଇରେ କରାଯାଇଥିଲା । ସୌରଭ ତାର ସହଯୋଗୀ ରବି ଉପ୍ପଲ ସହ ମିଶି ମହାଦେବ ବେଟିଂ ଆପ ଖୋଲିଥିଲେ । ଅନଲାଇନରେ କ୍ରିକେଟ, ଫୁଟବଲ, ଟେନିସ୍, ବ୍ୟାଡମିଂଟନ, କାର୍ଡ ଗେମ୍ସ ଆଦି ଖେଳ ଖେଳି ରୋଜଗାର କରିବାକୁ ଏହି ୱେବସାଇଟ ମାଧ୍ୟମରେ ପ୍ରଲୋଭିତ କରାଯାଇଥିଲା । ଅନଲାଇନ ବେଟିଂରେ ସଂସ୍ଥା ଦିନକୁ ୨୦୦ କୋଟରୁ ଅଧିକ ଆୟ କରୁଥିଲା ।
The post ବଲିଉଡରେ ଇଡି ଆତଙ୍କ : ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର; ରଣବୀର କପୁରଙ୍କ ପରେ ଆଉ ୪ଜଣଙ୍କୁ ନୋଟିସ୍ first appeared on Kanak News.
from Kanak News https://ift.tt/YDmpg7q https://ift.tt/7CK1GeZ
No comments: