ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ Kanak News

କନକ ବ୍ୟୁରୋ : ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧରେ ଉଭୟ ପକ୍ଷରୁ ୩୬୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଏପଟେ ପଡୋଶୀ ସିରିୟା ଓ ଲେବାନନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ସିରିୟା ଓ ଲେବାନନ ମାଟିରୁ କ୍ଷେପଣାସ୍ତ୍ର ମାଡ ପରେ କଡା ଜବାବ ଦେଇଛନ୍ତି ଇସ୍ରାଏଲ ସେନା । ଆଗକୁ ତିନିପଟୁ ଆକ୍ରମଣର ତୀବ୍ରତା ବଢିବା ଆଶଙ୍କା କରି ଇସ୍ରାଏଲ ସୀମାନ୍ତ ଅଞ୍ଚଳର ଲୋକଙ୍କୁ ବଙ୍କରରେ ରହିବାକୁ କୁହାଯାଇଛି ।

ସେପଟେ ଇସ୍ରାଏଲ ବାୟୁସେନାର ଭୟଙ୍କର ଆକ୍ରମଣରେ ଛାରଖାର ହୋଯାଇଛି ଗାଜାଷ୍ଟ୍ରିପ । ବିଦ୍ୟୁତ ଯୋଗାଣ ଠପ ହୋଇଯାଇଥିବା ବେଳେ ଖାଦ୍ୟ, ଇନ୍ଧନ ସମେତ ଅନ୍ୟ ଜରୁରୀ ସାମାଗ୍ରୀର ଉତ୍କଟ ଅଭାବ ଦେଖା ଦେଇଛି । ଇସ୍ରାଏଲ ବାୟୁ ସେନା ପକ୍ଷରୁ ଜୋରଦାର ଆକ୍ରମଣ ହେଉଥିବାରୁ ଭୟରେ ଗାଜାରୁ ପ୍ରାୟ ୨ ଲକ୍ଷ ୬୦ ହଜାର ଲୋକ ସହର ଛାଡିସାରିଲେଣି । ବର୍ତ୍ତମାନ  ସୁଦ୍ଧା ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂଶ କରିଛି ଇସ୍ରାଏଲ ।

The post ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ first appeared on Kanak News.



from Kanak News https://ift.tt/z6wZ3Ch https://ift.tt/etXjUDZ
ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ Kanak News ହମାସ-ଇସ୍ରାଏଲ ମଧ୍ୟରେ ଭୟଙ୍କର ଯୁଦ୍ଧ : ଉଭୟ ପକ୍ଷରୁ ଗଲାଣି ୩୬୦୦ରୁ ଅଧିକ ଜୀବନ Kanak News Reviewed by SUBHENDU BARAL on October 11, 2023 Rating: 5

No comments:

Powered by Blogger.