ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ । Kanak News

କନକ ବ୍ୟୁରୋ : ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏକ ବଡ଼ ପରୀକ୍ଷା କରିବ । ଯାହା ଆଗାମୀ ଦିନରେ ଭାରତର ମାନବ ମିଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଚନ୍ଦ୍ର ଅବା ମହାକାଶକୁ ମଣିଷ ପଠାଇବାର ଭାରତ ଯେଉଁ ଯୋଜନା କରୁଛି ତାହା ଏହି ମିଶନ ଉପରେ ନିର୍ଭର କରୁଛି । ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ର ପରୀକ୍ଷା କରାଯିବ ।

୮ ମିନିଟ ୮ ସେକେଣ୍ଡର ଏହି ପରୀକ୍ଷା ଆଜି ସକାଳ ୮ ଟାରେ ଆରମ୍ଭ ହେବ । ସକାଳ ୭ଟା ୩୦ ମିନିଟରୁ ଇସ୍ରୋ ପକ୍ଷରୁ ଲାଇଭ କରାଯିବ । କ୍ରିଉ ମଡ୍ୟୁଲ ଯେଉଁଥିରେ ତିନି ଜଣ ମଣିଷ ମହାକାଶକୁ ଯିବା ପାଇଁ ନିର୍ମାଣ କରାଯାଇଛି ତାହାର ପରୀକ୍ଷା ହେବ । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଯିବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ମଧ୍ୟ ରହିବ ।

ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିବ । କିନ୍ତୁ ଏବେ ଏଥିରେ କୌଣସି ମଣିଷ ରହିବେ ନାହିଁ । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ।

The post ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ । first appeared on Kanak News.



from Kanak News https://ift.tt/zaIroTP https://ift.tt/rGmyRtF
ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ । Kanak News ମାନବ ମିସନ ପାଇଁ ଆଜି ଇସ୍ରୋର ବଡ଼ ପରୀକ୍ଷା । ସକାଳ ୮ ଟାରେ ଗଗନଯାନର କ୍ରିଉ ମଡ୍ୟୁଲର ହେବ ପରୀକ୍ଷଣ । Kanak News Reviewed by SUBHENDU BARAL on October 20, 2023 Rating: 5

No comments:

Powered by Blogger.