ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ Kanak News

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଟି ଅଚିହ୍ନା ମୃତଦେହ ମଧ୍ୟରୁ ୨୧ଟି ମୃତଦେହର ଶେଷକୃତ୍ୟ ହୋଇଛି । ଭୁବନେଶ୍ୱର ଭରତପୁରରେ ଅନ୍ତିମ ସଂସ୍କାର କରାଯାଇଛି । ରାତି ସାରା ଅନ୍ତିମ ସଂସ୍କାର କରାଯାଇଥିଲା । ଆଜି ଅବଶିଷ୍ଟ ମୃତଦେହ ଦାହ କରାଯିବ ବୋଲି ଜଣାପଡ଼ିଛି । ୪ ମାସ ତଳେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରିନଥିଲା ।

ଆଉ ପରିିଚୟ ଖୋଜିବାର ସମସ୍ତ କସରତ ସରିଯିବା ପରେ ଅନ୍ତିମ ସଂସ୍କାର କରିଦେବା ବ୍ୟତୀତ ଆଉ କୌଣସି ବିକଳ୍ପ ହିଁ ନଥିଲା । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ଟିମ୍ ଏମ୍ସରେ ପହଂଚିଥିଲେ । ଏମ୍ସ, ସିବିଆଇ ଓ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ କଂଟେନର ଖୋଲାଯାଇଥିଲା । ଏହା ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ଭରତପୁର ଶ୍ମଶାନରେ ଶବ ସଂସ୍କାର କରିବା ପୂର୍ବରୁ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ସମସ୍ତ ମୃତଦେହର ଡିଏନ୍ଏ ନମୁନା ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ଯଦି କୌଣସି ମୃତକଙ୍କ ପରିବାର ଲୋକ ଅଭିଯୋଗ କରନ୍ତି, ତେବେ ନମୁନା ସହ ଡିଏନଏ ମ୍ୟାଚ୍ କରାଯିବ ।

The post ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ first appeared on Kanak News.



from Kanak News https://ift.tt/nCxRL7y https://ift.tt/Z7Cs1lp
ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ Kanak News ବାହାନଗା ଦୁର୍ଘଟଣାର ୧୨୮ ଦିନ ପରେ ଜଳିଲା ମୃତଦେହ : ପ୍ରଥମ ପର୍ଯ୍ୟାୟରେ ଦାହ ହେଲା ୨୧ ଅପରିଚିତ ଶବ Kanak News Reviewed by SUBHENDU BARAL on October 10, 2023 Rating: 5

No comments:

Powered by Blogger.