ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ Kanak News

କନକ ବ୍ୟୁରୋ : ସୁନ୍ଦରଗଡରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ୪୭ଟି ନମୂନାରୁ ୩ଟି ନମୂନା ପଜିଟିଭ ଚିହ୍ନଟ ହୋଇଛି । ଫଳରେ ଏବେ ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଛି । ସ୍କ୍ରବ୍ ଟାଇଫସରେ ସୁନ୍ଦରଗଡରେ ଜଣଙ୍କର ମୃତ୍ୟୁ ହୋଇଛି ।

ଏହି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ସ୍କ୍ରବ ଟାଇଫସ୍ ଔଷଧ ମହଜୁଦ ରହିଛି ଓ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଗତକାଲି କେନ୍ଦ୍ରୀୟ ଟିମ ଆସି ସୁନ୍ଦରଗଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡାକ୍ତରୀ ଟିମ ସହ ଆଲୋଚନା କରି ହସ୍ପିଟାଲ ବୁଲି କେନ୍ଦ୍ରୀୟ ଟିମ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି ।

ସେପଟେ, ବରଗଡରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କଲେ ୬ ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ଅଛନ୍ତି ରାଜ୍ୟର ୨ ଜଣ ସଦସ୍ୟ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଟିମ ଜନସ୍ୱାସ୍ଥ୍ୟ ଅଧିକାରୀ ସାଧୁଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସର ସ୍ଥିତି ଉପରେ ଅନୁଧ୍ୟାନ କରିଥିଲେ । ଏହାପରେ କେନ୍ଦ୍ରୀୟ ଟିମ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

କେନ୍ଦ୍ରୀୟ ଟିମରେ ଅଛନ୍ତି ଡକ୍ଟର ସମୀର ଗୁଲାଟି, ମେଡିସିନ- ଏଲଏଚଏମସି-ନୂଆ ଦିଲ୍ଲୀ, ଡକ୍ଟର ତ୍ରୁଷାର ନାଲେ- ଡେପୁଟୀ ଡାଇରେକ୍ଟର-ନ୍ୟାସନାଲ ସେଂଟର ଫର ଡିଜିଜ, ଡାକ୍ତର ଧରା ବି ଶାହା, ଆସିଷ୍ଟାଂଟ ଡିରେକ୍ଟର ମାଇକ୍ରୋବାୟୋଲୋଜି, ଡକ୍ଟର ଆରୁଷି ଘାଇ- ଇଆଇଏସ ଅଫିସର- ନ୍ୟାସନାଲ ସେଣ୍ଟର ଫର ଡିଜିଜ ।

The post ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ first appeared on Kanak News.



from Kanak News https://ift.tt/ijzGNSw https://ift.tt/t4TlNrW
ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ Kanak News ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ୪୭ ନମୂନାରୁ ପୁଣି ୩ ପଜିଟିଭ ଚିହ୍ନଟ Kanak News Reviewed by SUBHENDU BARAL on September 30, 2023 Rating: 5

No comments:

Powered by Blogger.