ଇତିହାସ ବଦଳାଯାଉନି, ବରଂ ପରିସର ବୃଦ୍ଧି ହେଉଛି: ଇତିହାସ ପରିବର୍ତନ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ Kanak News
କନକ ବ୍ୟୁରୋ: ଇତିହାସ ବଦଳା ଯାଉଥିବା ପ୍ରସଙ୍ଗରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ ଏକ୍ସ୍ପ୍ରେସ’ ଓଡିଆ ସାହିତ୍ୟ ସମ୍ମିଳନୀରେ ଏ ନେଇ ମତ ରଖିଛନ୍ତି ଧର୍ମେନ୍ଦ୍ର । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ପଚାରିଥିଲେ, ବିରୋଧୀ ଅଭିଯୋଗ କରୁଛନ୍ତି ଯେ ଇତିହାସ ବଦଳାଉଛନ୍ତି କେନ୍ଦ୍ର ସରକାର । ଏହି ପ୍ରଶ୍ନର ଉତର ଦେଇ ଧର୍ମେନ୍ଦ୍ର କହିଛନ୍ତି, ଇତିହାସ ବଦଳା ଯାଉନାହିଁ, ଇତିହାସର ପରିସରକୁ ବୃଦ୍ଧି କରାଯାଉଛି । ଯାହାଙ୍କ ବିଷୟରେ ଚର୍ଚ୍ଚା ହେଉନଥିଲା, ସେହି ମହାନାୟକମାନଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉଛି । ଓଡ଼ିଶାର ବାଜି ରାଉତ, ଆନ୍ଧ୍ରର ସୀତାରାମ ଏଲୁରୁ ଓ ରାଣୀ ଗାଇଦୁଲୁଙ୍କ ଉଦାହରଣ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । କହିଥିଲେ, ଏମାନଙ୍କ ବିଷୟରେ କାହିଁକି ଭାରତରେ ପଢ଼ାଯିବନି । ବାଜି ରାଉତଙ୍କୁ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବର୍ଣ୍ଣନା କରିଛନ୍ତି ଧର୍ମେନ୍ଦ୍ର ।
The post ଇତିହାସ ବଦଳାଯାଉନି, ବରଂ ପରିସର ବୃଦ୍ଧି ହେଉଛି: ଇତିହାସ ପରିବର୍ତନ ପ୍ରସଙ୍ଗରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Kanak News.
from Kanak News https://ift.tt/Gr6LKI9 https://ift.tt/ZmcugjW
No comments: