ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ Kanak News

କନକ ବ୍ୟୁରୋ : ଡାକ୍ତରଙ୍କ ଅବହେଳା ପାଇଁ ଚାଲିଗଲା ରୋଗୀର ଜୀବନ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ଆସିଛି ଏଭଳି ଅଭିଯୋଗ । ଡାକ୍ତରଙ୍କ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ । ମୃତକ ଜଣକ ହେଉଛନ୍ତି ଚନ୍ଦ୍ରକଳା ମାନସିଂହ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ । ଡେଙ୍ଗୁ ରୋଗରେ ପୀଡିତ ହୋଇ ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ତୁରନ୍ତ ତାଙ୍କୁ ପ୍ଲାଜମା ଦେବା ପାଇଁ କହିଥିଲେ ।

ତେବେ ପ୍ଲାଜମା ଦେବା ପରେ ପୀଡ଼ିତାଙ୍କ ଶରୀର କୁଣ୍ଡେଇ ହୋଇ ଫଳିଯାଇଥିଲା । ଚନ୍ଦ୍ରକଳାଙ୍କ ସ୍ୱାମୀ କୁଳମଣି ମାନସିଂହ ଡାକ୍ତରଙ୍କ ଡାକିଥିଲେ ବି ତାଙ୍କ କଥା ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ପ୍ଲାଜମା ସରିବାର ପାଖାପାଖି ଅଧଘଣ୍ଟା ପୂର୍ବରୁ ଚନ୍ଦ୍ରକଳାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପାଇଁ ପରିବାର ଲୋକେ ହସ୍ପିଟାଲ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଚନ୍ଦ୍ରକଳାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଅଭିଯୋଗକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।

The post ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ first appeared on Kanak News.



from Kanak News https://ift.tt/cV9zThI https://ift.tt/6l9bYgy
ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ Kanak News ଚିକିତ୍ସା ଅବହେଳାରୁ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ : ପ୍ଲାଜମା ଦେଲା ବେଳେ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସହ ଚାଲିଗଲା ଜୀବନ Kanak News Reviewed by SUBHENDU BARAL on September 28, 2023 Rating: 5

No comments:

Powered by Blogger.