ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ Kanak News

କନକ ବ୍ୟୁରୋ: ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ଶନିବାର ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିଛି । ଜଣେ ଯୁବକ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଥିବା ବେଳେ ତାଙ୍କୁ ସୁରକ୍ଷା କର୍ମୀମାନେ କବଜା କରିନେଇଥିଲେ । ସମ୍ପୃକ୍ତ ଯୁବକକୁ ପଚରାଉଚରା ଚାଲିଛି । ଜାତୀୟ ଗଣମାଧ୍ୟମ “ଲାଇଭ୍ ହିନ୍ଦୁସ୍ତାନ’ର ଖବର ଅନୁଯାୟୀ ସମ୍ପୃକ୍ତ ଯୁବକର ଘର ଉତର ପ୍ରଦେଶର ଗାଜିଆବାଦରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଡ଼ି ପାସ୍ କରିବା ପୂର୍ବରୁ ସେ ଦୀର୍ଘ ଘଂଟା ଧରରି ଅପେକ୍ଷା କରିଥିଲା । ତା ହାତରେ ଏକ ଫାଇଲ ବି ଥିଲା । ଏନେଇ ଅଧିକ ତଦନ୍ତ ଚାଲିଛି । ବାରଣାସୀ ମୋଦୀଙ୍କ ନିଜ ନିର୍ବାଚନ ମଣ୍ଡଳୀ । ପ୍ରଧାନମନ୍ତ୍ରୀ ଶନିବାର ବାରଣାସୀରେ ଏକ ଅନ୍ତର୍ଜାତୀୟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ୧୬ଟି ଅଟଳ ବିଦ୍ୟାଳୟର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ସାରି ମୋଦୀ ବିମାନବନ୍ଦରକୁ ଫେରିବା ବେଳେ ସୁରକ୍ଷାରେ ଏହି ତ୍ରୁଟି ଦେଖାଇଥିଲା ।

The post ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ first appeared on Kanak News.



from Kanak News https://ift.tt/M51cylV https://ift.tt/bzjHB6E
ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ Kanak News ପୁଣି ମୋଦୀଙ୍କ ସୁରକ୍ଷାରେ ତ୍ରୁଟି: ବାରଣାସୀ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଆଗକୁ ମାଡ଼ି ଆସିଲେ ଯୁବକ Kanak News Reviewed by SUBHENDU BARAL on September 23, 2023 Rating: 5

No comments:

Powered by Blogger.