ଲାଗିପାରିବନି କଟକଣା ! ‘ଯେଉଁ ଚ୍ୟାନେଲ ଭଲ ଲାଗୁନି ଦେଖ ନାହିଁ, କିଏ କହୁଛି ଦେଖିବାକୁ’ Satyendu Shekher Mishra

ମଙ୍ଗଳବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସିଧା ସିଧା କହିଛନ୍ତି ଯଦି ଭଲ ନ ଲାଗୁଛି, ତେବେ ଟିଭି ଦେଖନ୍ତୁ ନାହିଁ । ଅର୍ଥାତ୍‌ ଯେଉଁ ଚ୍ୟାନେଲ ଆପଣଙ୍କୁ ଭଲ ଲାଗୁନି, ତେବେ ସେହି ଚ୍ୟାନେଲ ଦେଖନ୍ତୁ ନାହିଁ ।

କିଛି ଦିନ ପୂର୍ବରୁ ଟିଭି ଚ୍ୟାନେଲ ଗୁଡ଼ିକ ମନମାନି କରୁଥିବା ଅଭିଯୋଗ କରି ଏକ ପିଆଇଏଲ୍‌ ଦାଖଲ ହୋଇଥିଲା । ଅର୍ଥାତ୍ ପିଆଇଏଲ୍‌ରେ ଦାବି କରାଯାଇଥିଲା ଯେ, ଟିଭି ଚ୍ୟାନେଲ ଗୁଡ଼ିକ କ’ଣ ଦେଖାଇବେ କ’ଣ ଦେଖାଇବେ ନାହିଁ, ସେନେଇ ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରାଯାଉ ।

ଏହି ପିଆଇଏଲ୍‌ର ଶୁଣାଣି କରି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି ଯେ, ଏଥିପାଇଁ କୌଣସି ଗାଇଡ୍‌ଲାଇନ୍‌ ଆସିବ ନାହିଁ । ଯେଉଁ ଟିଭି ଚ୍ୟାନେଲ ଭଲ ଲାଗୁ ନାହିଁ ତାକୁ ଦେଖିବା ବନ୍ଦ କରିଦିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି । ଜଷ୍ଟିସ ଅଭୟ ଓକା ଏବଂ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ଏହି ପିଆଇଏଲ୍‌ର ଶୁଣାଣି କରାଯାଇଥିଲା ।



from Latest Odisha News, Breaking News Today | Top Updates on Corona - OTV News https://ift.tt/WXQNmLx
ଲାଗିପାରିବନି କଟକଣା ! ‘ଯେଉଁ ଚ୍ୟାନେଲ ଭଲ ଲାଗୁନି ଦେଖ ନାହିଁ, କିଏ କହୁଛି ଦେଖିବାକୁ’ Satyendu Shekher Mishra ଲାଗିପାରିବନି କଟକଣା ! ‘ଯେଉଁ ଚ୍ୟାନେଲ ଭଲ ଲାଗୁନି ଦେଖ ନାହିଁ, କିଏ କହୁଛି ଦେଖିବାକୁ’ Satyendu Shekher Mishra Reviewed by SUBHENDU BARAL on August 08, 2023 Rating: 5

No comments:

Powered by Blogger.