ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ Kanak News

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିରରେ ଆଜି ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ । ଏଥିପାଇଁ ସଂଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଏକ ମାସ ପରେ ପରେ ଶ୍ରୀଜିଉଙ୍କ ବନକଲାଗି ନୀତି କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପାତ୍ର ସେବାୟତଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବନକଲାଗି ନୀତି ହୋଇପାରିନଥିଲା ।

ବୁଧବାର ବନକଲାଗି କରିବା ପାଇଁ ପ୍ରଶାସନ କହୁଥିବା ବେଳେ ଗୁରୁବାର ନୀତି କରିବା ପାଇଁ ଦାବି କରିଥିଲେ ଦତମହାପାତ୍ର ସେବାୟତ । ଗତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ବୁଧବାର ବନକଲାଗି ନୀତି କରାଯିବ ବୋଲି ସହମତି ପ୍ରକାଶ ପାଇଥିଲା । ନୀଳାଦ୍ରି ବିଜେ ପରେ ଅର୍ଥାତ ପ୍ରାୟ ଦେଢ ମାସ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ।

ଆଜି ବନକଲାଗି ନୀତି ହେବା ନେଇ ଦତ୍ତ ମହାପାତ୍ର ନିଯୋଗକୁ ଅବଗତ କରାଯାଇଛି । ଦ୍ୱିପହର ଧୂପ ବଢିବା ପରେ ଦତମହାପାତ୍ର ସେବକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବୋ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବନକଲାଗି ସାମଗ୍ରୀ ଦତମହାପାତ୍ର ସେବକଙ୍କୁ ଯୋଗାଇ ଦିଆଯାଇଛି ।

The post ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ first appeared on Kanak News.



from Kanak News https://ift.tt/QhjbaVc https://ift.tt/Y6VFXAu
ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ Kanak News ବାଦବିବାଦର ଅନ୍ତ : ଆଜି ଶ୍ରୀମନ୍ଦିରରେ ହେବ ବନକଲାଗି ନୀତି; ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ Kanak News Reviewed by SUBHENDU BARAL on August 08, 2023 Rating: 5

No comments:

Powered by Blogger.