ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ   Kanak News

କନକ ବ୍ୟୁରୋ : ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ  । ହେଲେ ଧରା ପଡିଗଲା ଅଧ୍ୟାପିକାଙ୍କ କାରସାଦି । ଆଉ ଏବେ ଗିରଫ ହୋଇ ଜେଲ ଗଲେ । ଅଧ୍ୟାପିକା ଜଣଙ୍କ ହେଲେ ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜ ଓଡିଆ ବିଭାଗର ଅଧ୍ୟାପିକା ତୁଳିକା ଆଶ । ସେ ଓଡିଆ ବିଭାଗର ଅଧ୍ୟାପିକା । ହେଲେ ସେ ନିଜେ ଜଣେ ଛାତ୍ରୀ ସାଜି ପରୀକ୍ଷା ଦେବାକୁ ଆସି ନ ଥିବା ଜଣେ ଛାତ୍ରୀଙ୍କ ଖାତାରେ ଲେଖିବା ସହିତ ମିଥ୍ୟା ପରୀକ୍ଷା ନିୟନ୍ତ୍ରକଙ୍କ ଦସ୍ତଖତ ମାରିଛନ୍ତି  ।

ଗତ ଜୁଲାଇ ୨୭ ତାରିଖରେ କଲେଜର ଜୁଲୋଜି ବିଭାଗରେ ଚତୁର୍ଥ ସେମିଷ୍ଟାର ଚାଲିଥିଲା । ପରୀକ୍ଷା ଦେବାକୁ ଆସି ନ ଥିବା ଜଣେ ଛାତ୍ରୀଙ୍କ ଖାତାରେ ଅଧ୍ୟାପିକା ତୁଳିକା ଆଶ ନିଜେ ଉତର ଲେଖିଥିବା ଅଭିଯୋଗ ରହିଛି । ଆଉ ସେ ସେହି ଖାତାରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏକ ଫେକ୍ ବା ମିଛ ଦସ୍ତଖତ ମଧ୍ୟ ମାରିଛନ୍ତି  ।

ଏହା କଲେଜ ପ୍ରିନ୍ସିପାଲଙ୍କ କାନରେ ପଡିଥିଲା । ପରେ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ପରେ ସେ ପ୍ରିନ୍ସିପାଲଙ୍କୁ ଗାଳିଗୁଲଜ ମଧ୍ୟ କରିଛନ୍ତି  । ଏହାକୁ ନେଇ ଉଦଳା ଥାନାରେ କଲେଜ ପ୍ରିନ୍ସିପାଲ ଲିଖିତ ଅଭିଯୋଗ କରିଥିଲେ । ତଦନ୍ତ କରି ପୋଲିସ ଓଡିଆ ଅଧ୍ୟାପିକା ତୁଳିକା ଆଶଙ୍କୁ ଗିରଫ କରିଛି  ।

The post ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ   first appeared on Kanak News.



from Kanak News https://ift.tt/xcfwvt7 https://ift.tt/Dh9WPgl
ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ   Kanak News ଅଧ୍ୟାପିକା ହୋଇ ନିଜେ ସାଜିଥିଲେ ଛାତ୍ରୀ : ଉଦଳା ରାଢୋ ଲୁଇପା ଡିଗ୍ରୀ କଲେଜର ଅଧ୍ୟାପିକାଙ୍କୁ ଜେଲ   Kanak News Reviewed by SUBHENDU BARAL on August 22, 2023 Rating: 5

No comments:

Powered by Blogger.