ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ Kanak News

କନକ ବ୍ୟୁରୋ : ବିରୋଧୀମାନେ ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀମାନେ ବାରମ୍ବାର ଦାବି କରିଆସିଥିବା ବେଳେ ମୋଦୀ ଏଯାଏଁ ଏନେଇ ବିବୃତି ରଖି ନାହାନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ବିବୃତି ରଖିପାରନ୍ତି ।

ଲୋକସଭାରେ ବିଜେପି ଓ ଏନଡିଏର ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ଏକ ପ୍ରକାର ନିଶ୍ଚିତ । ହେଲେ ମଣିପୁର ହିଂସା ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିଆସିଛନ୍ତି ବିରୋଧୀ । ୯ ବର୍ଷ ଭିତରେ ମୋଦୀ ସରକାର ବିରୋଧରେ ଏହା ଦ୍ୱିତୀୟ ଅନାସ୍ଥା ପ୍ରସ୍ତାବ । ୨୦୧୮ରେ ତେଲଗୁ ଦେଶମ ପାର୍ଟି ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲା, ଯାହା ମୋଦୀ ସରକାର ସହଜରେ ବିଜୟୀ ହୋଇଯାଇଥିଲା । ବିଜେଡି ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍ ଦେବ ବୋଲି ପୂର୍ବରୁ କହିସାରିଛି ।

The post ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ first appeared on Kanak News.



from Kanak News https://ift.tt/UYAMk9w https://ift.tt/YasbEO6
ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ Kanak News ମୋଦୀ ସରକାର ବିରୋଧରେ ଆଜି ଲୋକସଭାରେ ଆସିବ ଅନାସ୍ଥା ପ୍ରସ୍ତାବ : ମଣିପୁର ପ୍ରସଙ୍ଗରେ ବିବୃତି ରଖିବେ ପ୍ରଧାନମନ୍ତ୍ରୀ Kanak News Reviewed by SUBHENDU BARAL on August 07, 2023 Rating: 5

No comments:

Powered by Blogger.