ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ Kanak News

କନକ ବ୍ୟୁରୋ : କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଶୋକାକୂଳ ପରିବେଶ । ଆଜି ଗାଁକୁ ଫେରିଛି ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ ମରଶରୀର । ରାତି ୨ଟା ଗାଁରେ ମରଶରରୀର ପହଞ୍ଚିଥିବା ବେଳେ ରିତିନୀତି ଅନୁଯାୟୀ ଶବ ସତ୍କାର କରାଯିବ । ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ହାତିବୁରୁ ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନରେ ତାଙ୍କର ମୃତ୍ୟୁ ହୋଇଛି । ମାଓବାଦୀମାନେ ଅଚାନକ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ।

ଗୁଳିମାଡର ଜବାବ ଦେବାକୁ ଯାଇ ପାଲଟା ଗୁଳି ମାଡ କରିଥିଲେ ଯବାନ । କିଛି ସମୟ ଗୁଳି ବିନିମୟ ପରେ ଦୁଇ ଯବାନ, ସୁଶାନ୍ତ କୁମାର ଖୁଂଟିଆ ଓ ମୁନ୍ନା ଯାଦବ ଗୁରୁତର ହୋଇପଡିଥିଲେ । ତାପରେ ଉଭୟଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଛି । ସୁଶାନ୍ତଙ୍କ ଦେହାନ୍ତ ଖବର ଶୁଣି କାନ୍ଦ ବୋବାଳିରେ ଫାଟି ପଡୁଛି ସମଗ୍ର ପରିବେଶ । ସହିଦ ହୋଇଥିବାରୁ ଗର୍ବିତ ହେଉଥିଲେ ମଧ୍ୟ ଏତେ କମ୍ ବୟସରୁ ତାଙ୍କ ଚାଲିଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ବିଡମ୍ବନାର କଥା ହେଉଛି, ସୁଶାନ୍ତଙ୍କ ମାତ୍ର ୩ମାସ ତଳେ ବିବାହ ହୋଇଥିଲା । ହେଲେ, ପରିବାର ଗଢ଼ିବା ଆଗରୁ ସବୁ କିଛି ସରିଯାଇଛି । ସୁଶାନ୍ତଙ୍କ ଘର କେନ୍ଦୁଝର ଆନନ୍ଦପୁର ପୌରାଂଚଳରେ । ଆଉ ଏକ ବିଡମ୍ବନାର ବିଷୟ ହେଉଛି, ପୂର୍ବରୁ ସୁଶାନ୍ତଙ୍କ ୨ ବଡଭାଇଙ୍କ ସହ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଆଉ ଘରର ଏକମାତ୍ରା ସାହାରା ଥିବା ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଛି ।

The post ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ first appeared on Kanak News.



from Kanak News https://ift.tt/49HYRey https://ift.tt/YwAxTLu
ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ Kanak News ଗାଁକୁ ଫେରିଲା ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର : ତିନି ମାସ ତଳେ କରିଥିଲେ ବିବାହ; ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ସିଆରପିଏଫ୍ ଯବାନ Kanak News Reviewed by SUBHENDU BARAL on August 11, 2023 Rating: 5

No comments:

Powered by Blogger.