ରାଜଧାନୀରେ ଅପରାଧୀ ଦମନ ପାଇଁ ଡିସିପିଙ୍କ ନୂଆ ମନ୍ତ୍ର : ଦଫା ୪୧୩ ଲଗାଇବାକୁ ଥାନାଗୁଡିକୁ ଦେଲେ ପରାମର୍ଶ Kanak News
କନକ ବ୍ୟୁରୋ :ଅପରାଧୀଙ୍କ ଦମନ ଚିନ୍ତା । ରାଜଧାନୀରେ ବଢୁଥିବା ଅପରାଧୀ ଓ ଅପରାଧ ସଂଖ୍ୟାକୁ ଦେଖି ଥାନା ମାନଙ୍କୁ ଡିସିପିଙ୍କ ନୂଆ ମନ୍ତ୍ର । ଏଣିକି ଲଗାଅ ଦଫା -୪୧୩ । ଚୋରି, ଲୁଟ ଆଦି ଘଟଣାରେ ସପ୍ତାହକ ମଧ୍ୟରେ ଅପରାଧୀ ଜାମିନ ପାଇଯାଉଥିବା ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ଡିସିପି ପ୍ରତୀକ ସିଂହ ଦଫା ୪୧୩ ଲଗାଇବାକୁ ଥାନା ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନିକଟରେ ଏକ ବାଇକ ରାକେଟକୁ ପୋଲିସ ଧରିଥିଲା । ଯାହଙ୍କ ପାଖରୁ ୩୩ଟି ବାଇକ ଜବତ ହୋଇଥିଲା । କିନ୍ତୁ ଗିରଫ ହେବାର ସପ୍ତାହକ ମଧ୍ୟରେ ୪ ଚୋରି ଅଭିଯୁକ୍ତ ଜାମିନ ପାଇଯାଇଥିଲେ । ଖାଲି ଏହି ଗୋଟିଏ ଘଟଣା ନୁହେଁ ବିଭିନ୍ନ ଚୋରି, ଲୁଟେରା ଆଦି ଘଟଣା ମାମଲାରେ ସମାନ କଥା ଦେଖିବାକୁ ମିଳୁଛି । ତେଣୁ ଡିସିପି ଏବେ ସମସ୍ତ ଥାନାଙ୍କୁ ଦଫା-୪୧୩ ଲଗାଇବାକୁ ପରାମର୍ଶ ଦେଇଥିବା ସୂଚନା ରହିଛି ।
ମିଳିଥିବା ସୂଚନା ଅନୁସାରେ, କ୍ୟାପିଟାଲ ଥାନା ନିକଟରେ ଏକ ବଡ଼ଧରଣର ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଥିଲା । ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩୩ଟି ବାଇକ୍ ଜବତ କରିଥିଲା । ଗତ ଜୁଲାଇ ୩୧ ତାରିଖରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରା ଯାଇଥିଲା । ଏହି ମାମଲାରେ ଚୋରଙ୍କ ଠାରୁ ବାଇକ୍ କିଣିଥିବା ଦୁଇ ଅଭିଯୁକ୍ତ ରମେଶ ପୃଷ୍ଟି ଓ ଚିକୁନ୍ତା ନାୟକ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଥିଲେ। ମାତ୍ର ସପ୍ତାହେ ପରେ ଉଭୟ ଅଭିଯୁକ୍ତ ଜାମିନ ପାଇ ଜେଲରୁ ମୁକୁଳିଥିଲେ । ଏହା ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା ।
ଏହି ଘଟଣାକୁ ଗୁରୁତ୍ବର ଭାବେ ନେବା ସହ କାହିଁକି ଆଇପିସି ଦଫା-୪୧୩ ଲଗାଗଲା ନାହିଁ ବୋଲି ଡିସିପି ଉଦ୍ବେଗ ପ୍ରକାଶ କରିଥିଲେ । ଖାଲି ଏହି ମାମଲା ନୁହେଁ ଚୋରି, ସିନ୍ଧିଚୋରି, ଲୁଟ୍ ଭଳି ମାମଲାରେ ଗିରଫ ହେଉଥିବା ପେସାଦାର ଅପରାଧୀଙ୍କ ବିରୋଧରେ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ କାହିଁକି ଦଫା-୪୧୩ ଲଗାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ଏବେଠାରୁ ଏହି ଦଫାକୁ ପାଳନ କରିବା ପାଇଁ ରାଜଧାନୀର ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ।
The post ରାଜଧାନୀରେ ଅପରାଧୀ ଦମନ ପାଇଁ ଡିସିପିଙ୍କ ନୂଆ ମନ୍ତ୍ର : ଦଫା ୪୧୩ ଲଗାଇବାକୁ ଥାନାଗୁଡିକୁ ଦେଲେ ପରାମର୍ଶ first appeared on Kanak News.
from Kanak News https://ift.tt/XI7hovV https://ift.tt/qT1azKF
No comments: