କେତେ ରଖିଛନ୍ତି କଳାଧନ ! ଓଡ଼ିଶାରେ ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ... Satyendu Shekher Mishra

ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ନେଇ ଲୋକଙ୍କ ଆଖିରୁ ଲୁହ ସୁଖିନଥିବା ବେଳେ ମମତା ଆରମ୍ଭ କରିଛନ୍ତି ରାଜନୀତି । ମମତାଙ୍କ କାର୍ଯ୍ୟକଳାପକୁ ନେଇ ଦେଖାଦେଇଛି ବିବାଦ ।ଜୁନ୍‌ ଦୁଇ ତାରିଖ ସନ୍ଧ୍ୟାରେ ଟ୍ରେନ୍‌ ଦୁର୍ଘଟଣା ଘଟିଲା । ଆଉ ଜୁନ୍‌ ୬ ତାରିଖ ଭିତରେ ଦୁଇ ଦୁଇ ଥର ମମତା ଓଡ଼ିଶା ଆସି ଘଟଣାସ୍ଥଳ ପରିଦର୍ଶନ କରିସାରିଲେଣି । ଆପଣ ଭାବୁଥିବେ ସେ ଜଣେ ରାଜନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଉ TMCର ହର୍ତ୍ତାକର୍ତ୍ତା । ସେ ଦୁର୍ଘଟଣାସ୍ଥଳ ବୁଲି ଆସିଲେ ଅସୁବିଧା କେଉଁଠି ! କାହିଁକି ତାଙ୍କୁ ବିବାଦ ଘେରକୁ ଟଣାଯାଉଛି ? ସେ ବାରମ୍ବାର ଓଡ଼ିଶା ଆସି ଲୋକଙ୍କ କଥା ବୁଝିଲେ ଅସୁବିଧା କ’ଣ ? ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ । କାରଣ ସେ ଜଣେ ନେତା ।

ହେଲେ ସୋସିଆଲ ମିଡିଆରେ କିନ୍ତୁ ମମତାଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକଳାପକୁ ନେଇ ଖୁବ୍‌ ସମାଲୋଚନା କରାଯାଉଛି । ଆଉ ଏହାରି ପଛରେ ସବୁଠାରୁ ବଡ଼ କାରଣ ହେଲା, ୨୦୦୦ ଟଙ୍କିଆ ନୋଟ । ମମତା ଆଜି ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସି ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଥିଲେ । କଟକ SCB ମେଡିକାଲରେ ପହଞ୍ଚି ସେ ଆହତଙ୍କୁ ଭେଟିବା ସହ ଏଭଳି ସମ୍ବେଦନଶୀଳ ସ୍ଥିତିରେ ରାଜନୀତି ନକରି ସମସ୍ତେ ହାତ ମିଶାଇ ଆଗକୁ ବଢ଼ିବାକୁ ନିବେଦନ କରିଥିଲେ । ଆଉ ଏହାପରେ ସେ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ବାଣ୍ଟିଥିଲେ । ଆଉ ସେହି ୨ ଲକ୍ଷ ଟଙ୍କାରେ ଥିଲା ବିଡ଼ା ବିଡ଼ା ୨୦୦୦ ଟଙ୍କିଆ ନୋଟ । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ ।

କାରଣ ୨୦୦୦ ଟଙ୍କିଆ ନୋଟ ଏବେ ଅଚଳ ହୋଇଯାଇଛି । କେନ୍ଦ୍ର ସରକାର ଏହାକୁ ଅଚଳ ଘୋଷଣା କରିଛନ୍ତି । ଆଉ ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା, ଯାହା ପାଖରେ ଯେତେ ୨୦୦୦ ଟଙ୍କିଆ ନୋଟ ରହିଛି, ସେସବୁକୁ ବ୍ୟାଙ୍କ୍‌ରେ ବଦଳାଇବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।

ତେଣୁ ଏଭଳି ପରିସ୍ଥିତିରେ ମମତା ୨୦୦୦ ଟଙ୍କିଆ ନୋଟ ବାଣ୍ଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଗୋଟିଏ ପଟେ ବଜାରରେ ଏହି ନୋଟ ରଖିବାକୁ ବ୍ୟବସାୟୀ ଅମଙ୍ଗ ହେଉଥିବା ବେଳେ ଯାହା ପାଖରେ ଅଧିକ ନୋଟ ରହିଛି ସବୁ ଖାଲି କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ମମତା କେଉଁ ଉଦେଶ୍ୟରେ ଏହି ନୋଟ ବାଣ୍ଟୁଛନ୍ତି । ତାଙ୍କ ପାଖରେ ରହିଛି କି ବିପୁଳ ପରିମାଣର ୨୦୦୦ ଟଙ୍କିଆ ନୋଟ । ଏଭଳି ୨୦୦୦ ଟଙ୍କିଆ ନୋଟ ବାଣ୍ଟି କଳାଧନକୁ ଧଳା କରିବାକୁ ଚେଷ୍ଟା କରୁଛନ୍ତି କ ମମତା ? ସୋସିଆଲ ମିଡିଆରେ ଏବେ ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । କେଉଁଠୁ ଏତେ ୨୦୦୦ ଟଙ୍କିଆ ଆଣିଲେ ମମତା । ବଜାରରେ କିମ୍ବା ବ୍ୟାଙ୍କରେ ଆଉ ଏହି ନୋଟ ଦେଖା ଯାଉନଥିବା ବେଳେ ମମତା କେଉଁଠି ଲୁଚାଇ ରଖିଥିଲେ ଏହି ନୋଟ । ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ।

ସୋସିଆଲ ମିଡିଆରେ ଅନେକ କହିଲେଣି, ମମତା କଳାଧନକୁ ଲୋକଙ୍କୁ ବାଣ୍ଟି ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି । ଏହି ୨୦୦୦ ଟଙ୍କିଆ ଆଗାମୀ ନିର୍ବାଚନରେ ବାଣ୍ଟିବାକୁ ସେ ସାଇତି ରଖିଥିଲେ । ହେଲେ ଦୁର୍ଭାଗ୍ୟବସତଃ କେନ୍ଦ୍ର ସରକାର ଏହାକୁ ଅଚଳ କରିଦେଲେ । ସେଥିପାଇଁ ବାଧ୍ୟ ହୋଇ ଏବେ ସେହି ଟଙ୍କା ବଜାରକୁ ଛାଡ଼ି ଦେଉଛନ୍ତି ମମତା ।

 



from Latest Odisha News, Breaking News Today | Top Updates on Corona - OTV News https://ift.tt/14iSOkI
କେତେ ରଖିଛନ୍ତି କଳାଧନ ! ଓଡ଼ିଶାରେ ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ... Satyendu Shekher Mishra କେତେ ରଖିଛନ୍ତି କଳାଧନ ! ଓଡ଼ିଶାରେ ମମତା ବାଣ୍ଟିଲେ ୨୦୦୦ ଟଙ୍କିଆ ନୋଟ... Satyendu Shekher Mishra Reviewed by SUBHENDU BARAL on June 06, 2023 Rating: 5

No comments:

Powered by Blogger.