କନକ ବ୍ୟୁରୋ : ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆସିବା ବେଳେ କୂଅରେ ପଡିଗଲା ହାତୀ ଶାବକ । ଗାଁ ନିକଟରେ ଥିବା ଅଣଓସାରିଆ ପରିତ୍ୟକ୍ତ କୂଅରେ ପଡିଯିବା ପରେ ହାତୀ ବାହାରିପାରିନଥିଲା । କୂଅରୁ ବାହାରିବାକୁ ରାତି ସାରା ଚେଷ୍ଟା କରି ହାତୀ ଛୁଆ ନିରାଶ ହୋଇଥିଲା । ସକାଳେ ଗ୍ରାମବାସୀ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଆଉ ଏକ ଜେସିବି ମେସିନ ଦ୍ୱାରା ହାତୀ ଛୁଆକୁ ଉଦ୍ଧାର କରାଯାଇଛି ।
ବାଲେଶ୍ୱର ଜିଲ୍ଲା କୁଳଢିଆ ଅଭୟାରଣ୍ୟ ଅଂଚଳର ଗଡସାହି ଗାଁରେ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଦେବଗିରିପାହାଡରୁ ଅନେକ ହାତୀ ସନ୍ଧ୍ୟା ନଇଁଲେ ଜନବସତି ମୁହାଁ ହେଉଛନ୍ତି । ହାତୀ ପଲ ସହ ଆସିବା ବେଳେ ଛୁଆ ହାତୀ କୁଅର ପଡିଯାଇଥିଲା । ଶାବକକୁ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହେବା ପରେ ହାତୀ ପଲ ଚାଲିଯାଇଥିବା ଅନୁମାନ କରାଯାଇଛି । ରାତି ସାରା ଅଣଓସାରିଆ କୁଅରେ ବନ୍ଦୀ ହେବା ପରେ ସକାଳ ଶାବକକୁ ଜେସିବି ମେସିନ ଜରିଆରେ ଉଦ୍ଧାର କରାଯାଇଛି ।
The post କୂଅରେ ପଡିଗଲା ହାତୀ ଶାବକ । ଜେସିବି ମେସିନ ଦ୍ୱାରା ହାତୀ ଛୁଆକୁ କରାଗଲା ଉଦ୍ଧାର first appeared on Kanak News.
from Kanak News https://ift.tt/hVoNqbk https://ift.tt/gImwizx
No comments: