ବିମାନଯାତ୍ରୀଙ୍କ ଲାଗି ଖୁସି ଖବର । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା ।
ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ସପ୍ତାହକ ମଧ୍ୟରେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ୩ ଦିନ ଉଡ଼ାଣ ଭରିବ ବିମାନ । ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।
#ଦୁବାଇକୁ_ସିଧା_ଉଡିବ_ବିମାନ
— ଓଟିଭି (@otvkhabar) May 15, 2023
ଆଜିଠାରୁ ଦୁବାଇକୁ ସିଧା ବିମାନ ସେବା । ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା । ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ । #OTV pic.twitter.com/vj8evBM64K
ସେହିଭଳି ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ର ଅଧିକ ଲାଭବାନ ହେବା ସହ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।... ସେପଟେ ଦୁବାଇକୁ ସିଧାସଳଖ ବିମାନ ସେବାକୁ ନେଇ ବେଶଆଶାବାଦୀ ଅଛନ୍ତି ଟୁର୍ ଅପରେଟର ।
from Latest Odisha News, Breaking News Today | Top Updates on Corona - OTV News https://ift.tt/du582oI
No comments: