ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ : ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଉପବାଚସ୍ପତି Kanak News

କନକ ବ୍ୟୁରୋ : ଆଜି ଶପଥ ଗ୍ରହଣ କରିବେ ଝାରସୁଗୁଡାର ନୂଆ ବିଧାୟକ ଦୀପାଳି ଦାସ । ରାଜ୍ୟ ବିଧାନସଭାରେ ବିଧାୟିକା ଭାବେ ଶପଥ ନେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି । ଦିନ ୧୦ଟା ୩୦ରେ ଉପବାଚସ୍ପତି ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଉପବାଚସ୍ପତି ରଜନିକାନ୍ତ ସିଂହ ତାଙ୍କୁ ବିଧାୟିକା ଭାବେ ଶପଥପାଠ କରାଇବେ ।

ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଆସି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ । ଗତକାଲି ଝାରସୁଗୁଡ଼ା ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି ଦାସ ।

ସୂଚନାନୁସାରେ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଦୀପାଳି  ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ  ବିଜୟୀ ହୋଇଛନ୍ତି । ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଜୟ ବିଜେଡି ଶିବିରରେ ଉତ୍ସବର ମାହୋଲ ସୃଷ୍ଟି କରିଛି ।

The post ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ : ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଉପବାଚସ୍ପତି first appeared on Kanak News.



from Kanak News https://ift.tt/Pvsykzm https://ift.tt/iFUt9bp
ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ : ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଉପବାଚସ୍ପତି Kanak News ଆଜି ଶପଥ ନେବେ ନୂଆ ବିଧାୟିକା ଦୀପାଳି ଦାସ : ପଦ ଓ ଗୋପନୀୟତାର ଶପଥପାଠ କରାଇବେ ଉପବାଚସ୍ପତି Kanak News Reviewed by SUBHENDU BARAL on May 14, 2023 Rating: 5

No comments:

Powered by Blogger.