କନକ ବ୍ୟୁରୋ : ଆଜିଠାରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ଦେଶର ଯେକୌଣସି ବ୍ୟାଙ୍କରେ ଲୋକେ ଏହି ସୁବିଧା ପାଇପାରିବେ । ତେବେ ଏଭଳି ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରକୁ ଖୁବ୍ ସମାଲୋଚନା କରିଛନ୍ତି ବିରୋଧୀ ଦଳ । ବିଜେପି ମଧ୍ୟ ପାଲଟା ଜବାବ ରଖିଛି । ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି । କେମିତି ୨ହଜାର ଟଙ୍କା ବଦଳାଇବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି ।
ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ । ଥରକରେ ଜଣେ ୧୦ ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ । ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଖବର ପରେ ଏବେ ବଜାରରେ ପୁଣି ଦେଖିବାକୁ ମିଳିଛି ଏହି ବଡ ନୋଟ୍ । ଯେଉଁମାନେ ୨ ହଜାର ଟଙ୍କିଆ ନୋଟ୍ ନିଜ ପାଖରେ ରଖିଥିଲେ, ସେମାନେ ସୁନା କିଣୁଥିବା, ପେଟ୍ରୋଲ ଟାଙ୍କିକୁ ଆସି ତେଲ ପକାଉଥିବା ଦେଖିବାକୁ ମିଳିଛି ।
The post ଆଜିଠାରୁ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ୍ : ଦେଶର ଯେକୌଣସି ବ୍ୟାଙ୍କରେ ମିଳିବ ଏ ସୁବିଧା first appeared on Kanak News.
from Kanak News https://ift.tt/625VYwJ https://ift.tt/HM5XpIk
No comments: