୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି Pramod Behera

କୁହାଯାଏ ବୟସ କେବଳ ଏକ ସଂଖ୍ୟା। ମନରେ ଯଦି ଇଛା ଥାଏ ତେବେ ଯେକୌଣସି ବୟସରେ ବି ଜଣେ ସଫଳତା ପାଇପାରେ। ବୟସର ଅପରାହ୍ଣରେ ବି ଜଣେ କିଛି କରି ଦେଖେଇଦେଇପାରେ। ସେମିତି ଏକ ଉଦାହରଣ ପାଲଟିଛନ୍ତି କେରଳର ୭୩ ବର୍ଷୀୟା ଲୀନା ଆଣ୍ଟୋନି। ଏବେ ସେ ୧୦ମ ପରୀକ୍ଷା ଦେଇଛନ୍ତି।

ମାଲାୟାଲମ୍ ଡ୍ରାମା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ୭୩ ବର୍ଷୀୟ ଲୀନା ଆଣ୍ଟୋନି ସୋମବାର ଚେର୍ଥଲା ସରକାରୀ HSS କେନ୍ଦ୍ରରେ ରାଜ୍ୟ ସାକ୍ଷରତା ମିଶନ ଦ୍ୱାରା ପରିଚାଳିତ ୧୦ମ ପରୀକ୍ଷା ଦେଇଛନ୍ତି। ସେ କହିଛନ୍ତି ଯେ ପରୀକ୍ଷା ସହଜ ଥିଲା। ସେ ୮୦% ପ୍ରଶ୍ନର ଉତ୍ତର ଲେଖିବାରେ ସକ୍ଷମ ହୋଇଥିଲେ।

ଏକ ଜଣାଶୁଣା ଇଂରାଜୀ ଗଣମାଧ୍ୟମ ସହ କଥାହୋଇ ସେ କହିଛନ୍ତି ଯେ ନାଟକ ଏବଂ ଚଳଚ୍ଚିତ୍ରରୁ ସଂଳାପ ଶିଖିବାର ଅଭ୍ୟାସ ତାଙ୍କୁ ଭଲ ପାଠ ପଢିବାରେ ସାହାଯ୍ୟ କଲା।

୧୩ ବର୍ଷ ବୟସରେ ଛାଡିଥିଲେ ପାଠପଢା:

ଲୀନା ଏବଂ ତାଙ୍କ ସ୍ୱାମୀ ସ୍ୱର୍ଗତ କେ.ଏଲ୍ ଆଣ୍ଟୋନି ମାଲାୟାଲମ୍ ଫିଲ୍ମ 'ମହେଶିନ୍ତେ ପ୍ରତୀକାରମ'ରେ ଦମ୍ପତି ଭାବରେ କାମ କରିଥିଲେ। ସେ ଏହି ଚଳଚ୍ଚିତ୍ରରୁ ବହୁତ ଖ୍ୟାତି ଅର୍ଜନ କରିଥିଲେ। ପରେ ସେ 'ଜୋ ଔର୍‌ ଜୋ', 'ମକଲ' ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଲୀନାଙ୍କୁ ଯେତେବେଳେ ମାତ୍ରା ୧୩ ବର୍ଷ ହୋଇଥିବା ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ବୟସରୁ ତାଙ୍କୁ ପାଠ ଛାଡ଼ିବାକୁ ପଡ଼ିଲା। ଏହା ପରେ ଶିଶୁ କଳାକାର ଭାବରେ ସେ ନାଟକରେ କ୍ୟାରିୟର ଆରମ୍ଭ କରିଦେଲେ। ସେ ଅନେକ ଦଶନ୍ଧି ଧରି ଏହି କ୍ଷେତ୍ରରେ କାମ କରିଛନ୍ତି ।

Malyalam actress Leena Antony giving 10th class examsପରିବାର ସହ ଲୀନା ଆଣ୍ଟୋନି

ବୋହୂଙ୍କ ପ୍ରେରଣା:

ସେ ଆଣ୍ଟୋନିଙ୍କୁ ବିବାହ କରିଥିଲେ ଏବଂ ତା’ପରେ ଆନୁଷ୍ଠାନିକ ଶିକ୍ଷା ଆରମ୍ଭ କରିବାକୁ କେବେ ଭାବି ନ ଥିଲେ। କିନ୍ତୁ ଦୁଇ ବର୍ଷ ପୂର୍ବେ ଆଣ୍ଟୋନିଙ୍କ ମୃତ୍ୟୁ ପରେ ତାଙ୍କ ବୋହୂ ମାୟା କୃଷ୍ଣ ତାଙ୍କୁ ପୁନର୍ବାର ପାଠ ପଢିବାକୁ ପ୍ରେରଣା ଦେଇଥିଲେ। ଆଜି ସେ ୧୦ମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଅବଶ୍ୟ, ଲୀନା ଲୋକଙ୍କ ପାଇଁ ଏକ ଉଦାହରଣଠାରୁ କମ୍ ନୁହେଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Dz4gLbn
୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି Pramod Behera ୧୦ମ ପରୀକ୍ଷା ଦେଲେ ୭୩ ବର୍ଷୀୟ ଅଭିନେତ୍ରୀ ଲୀନା ଆଣ୍ଟୋନି Pramod Behera Reviewed by SUBHENDU BARAL on September 13, 2022 Rating: 5

No comments:

Powered by Blogger.