ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା Pramod Behera

କେରଳର କନ୍ନୁର ଜିଲ୍ଲାର ୩୫ ବର୍ଷିୟ ମହିଳା ଶାୟଜା ତାଙ୍କ ନିଶକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି କାରଣରୁ, ଅନେକ ଲୋକ ମଧ୍ୟ ତାଙ୍କୁ ପରିହାସ କରନ୍ତି, କିନ୍ତୁ ସେ କହିଛନ୍ତି ଯେ ଲୋକମାନେ ତାଙ୍କ ବିଷୟରେ କ’ଣ କୁହନ୍ତି ସେଥିପ୍ରତି ସେ ଧ୍ୟାନ ଦିଅନ୍ତି ନାହିଁ। ସମ୍ପ୍ରତି, ସେ ନିଜ ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ତାଙ୍କର ଏକ ବାଲା ଫଟୋ ଶେୟାର କରି ଲେଖିଥିଲେ - ସେ ନିଜ ନିଶକୁ ଖୁବ୍ ଭଲ ପାଆନ୍ତି!

ରିପୋର୍ଟ ଅନୁଯାୟୀ, ସାଧାରଣତଃ ଅନେକ ମହିଳାଙ୍କ ପରି ଶାୟଜାଙ୍କ ନାକ ତଳେ ମଧ୍ୟ ହାଲୁକା ଲୋମ ଥିଲା। ଅନ୍ୟ ମହିଳାମାନଙ୍କ ପରି, ସେ ଥ୍ରେଡିଂ କରି ଆଖିପତାକୁ ସଜାଉଥିଲେ। କିନ୍ତୁ, ସେ କୁହନ୍ତି ଯେ ସେ ନିଜ ନାକ ତଳେ ଉଠୁଥିବା ଲୋମକୁ କାଟିବା ନେଇ କେବେ ଚିନ୍ତା କରୁ ନଥିଲେ। ଏହି କାରଣରୁ, ପ୍ରାୟ ୫ ବର୍ଷ ପୂର୍ବେ ତାଙ୍କ ନାକ ତଳର ଲୋମ ନିଶ ପରି ଦେଖାଯିବାକୁ ଲାଗିଲା। ସେ କାହାକୁ ଖାତିର ନକରି ପୁରୁଷଙ୍କ ପରି ନିଶ ରଖିବାକୁ ସ୍ଥିର କଲେ।

ଅନେକ ଲୋକ ଶାୟଜାଙ୍କୁ ନିଶ କାଟିଦେବାକୁ ପରାମର୍ଶ ଦେଇଥିଲେ, ଏବେ ବି ଦେଉଛନ୍ତି। ସେ କିନ୍ତୁ କେବଳ ନିଜ ମନର କଥାକୁ ଶୁଣୁଥିଲେ। ସେ କୁହନ୍ତି ଯେ “ମତେ ଲାଗୁନି ନିଶ କିମ୍ବା ଅନ୍ୟ କୌଣସି ଜିନିଷ ମୋ ସୌନ୍ଦର୍ଯ୍ୟରେ କୌଣସି ପ୍ରଭାବ ପକଉଛି।” କେବଳ ଏତିକି ନୁହେଁ, ଯେଉଁମାନେ ଫେସ୍‌ବୁକ୍‌ରେ ତାଙ୍କ ଫଟୋ ଦେଖନ୍ତି କିମ୍ବା ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟନ୍ତି, ସେମାନେ ପ୍ରାୟତଃ ତାଙ୍କୁ ପଚାରନ୍ତି ଯେ ସେ କାହିଁକି ଏମିତି ନିଶ ରଖିଛନ୍ତି। ଶାୟଜା ଉତ୍ତର ଦିଅନ୍ତି ଯେ ସେ ତାଙ୍କ ନିଶକୁ ଖୁବ୍ ଭଲ ପାଆନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଶାୟଜା ଦୀର୍ଘ ବର୍ଷ ଧରି ସ୍ୱାସ୍ଥ୍ୟ ସମସ୍ୟା ସହ ସଂଗ୍ରାମ କରିଆସୁଥିଲେ। ଗତ ୧୦ ବର୍ଷ ମଧ୍ୟରେ ସେ ୬ ଟି ଅସ୍ତ୍ରୋପଚାର କରିଛନ୍ତି – ଗୋଟିଏ ବକ୍ଷୋଜ ହୋଇଥିବା ବେଳେ ଅନ୍ୟଟିରେ ତାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରାଯାଇଥିଲା। ତାଙ୍କର ଶେଷ ଅସ୍ତ୍ରୋପଚାର ୫ ବର୍ଷ ପୂର୍ବେ ହୋଇଥିଲା। ଏଥିରେ ତାଙ୍କ ଗର୍ଭାଶୟକୁ କଢା ଯାଇଥିଲା।

ସେ କୁହନ୍ତି, “ଯେତେବେଳେ ବି ମୁଁ ଅସ୍ତ୍ରୋପଚାରରୁ ସୁସ୍ଥ ହୁଏ, ମୁଁ ଆଶା କରେ ଯେ ପୁନର୍ବାର ଅପରେସନ୍ ଥିଏଟରକୁ ଯିବି ନାହିଁ। ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପରେ ଶାୟଜା ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ସେ ଏପରି ଜୀବନଯାପନ କରିବା ଉଚିତ ଯାହାଦ୍ୱାରା ସେ ଖୁସି ରହିପାରିବେ।

ତେବେ ନିଶ-ଦାଢି ଥିବା ମହିଳାଙ୍କ ଏହା ପ୍ରଥମ ଘଟଣା ନୁହେଁ। 'ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ' ଅନୁଯାୟୀ ୨୦୧୬ ରେ ଶରୀରର ପଜିଟିଭିଟି ପ୍ରଚାରକ ହରନାମ କୌର୍ (ଇଂଲଣ୍ଡରେ ରହୁଥିବା ଭାରତୀୟ ମୂଳ ମହିଳା) ଦାଢି ରଖିଥିବା ଦୁନିଆର ସବୁଠାରୁ କନିଷ୍ଠ ମହିଳା ହୋଇଥିଲେ। ସେ ଅନେକ ସମୟରେ ତାଙ୍କ ଅନେକ ସାକ୍ଷାତକାରରେ କୁହନ୍ତି ଯେ ଏହାକୁ ନେଇ ସେ ଅନେକ ସମୟରେ ଉପହାସର ଶିକାର ହୋଇଛନ୍ତି କିନ୍ତୁ ସେ ତାଙ୍କ ଦାଢି କାଟି ନାହାନ୍ତି। ଆଜି ସେ ମଡେଲିଂ ଦୁନିଆରେ ଏକ ପ୍ରସିଦ୍ଧ ନାମ।



from Latest Odisha News, Breaking News Today | Top Updates on Corona - OTV News https://ift.tt/BnJlSUX
ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା Pramod Behera ନିଜ ନିଶକୁ ନେଇ ଗର୍ବ ଅନୁଭବ କରନ୍ତି ଏହି ଭାରତୀୟ ମହିଳା Pramod Behera Reviewed by SUBHENDU BARAL on July 26, 2022 Rating: 5

No comments:

Powered by Blogger.