ଏହି ୪ ସହଜ ଆସନ କରି ଚିରଦିନ ଯୁବକ ରୁହନ୍ତୁ Pramod Behera

ବୟସ ବଢିବା ସହିତ ଶରୀର ଦୁର୍ବଳ ହେବାକୁ ଲାଗେ। ଶରୀରର ନମନୀୟତା ନଷ୍ଟ ହେବା ସହିତ ଏହା ନିଷ୍କ୍ରିୟ ହେବାକୁ ଲାଗେ। ଏଭଳି ପରିସ୍ଥିତିରେ ନିୟମିତ ବ୍ୟାୟାମ, ଭଲ ଏବଂ ସୁସ୍ଥ ଖାଦ୍ୟ ସହିତ ନିଜକୁ ସୁସ୍ଥ ଏବଂ ନମନୀୟ ରଖିବା ପାଇଁ ଅନେକ ଉପାୟ ଅଛି, କିନ୍ତୁ ସବୁଠାରୁ ପ୍ରଭାବଶାଳୀ ହେଉଛି ଯୋଗ। ନିୟମିତ ଯୋଗାସନ କରିବା ଦ୍ୱାରା ୫୦ ବର୍ଷରୁ ଅଧିକ ଲୋକଙ୍କ ଶରୀର ମଧ୍ୟ ସକ୍ରିୟ ହୋଇଯାଏ। ବାର୍ଦ୍ଧକ୍ୟର ସମସ୍ୟା ମଧ୍ୟ ସେତେ କଷ୍ଟ ଦିଏନି। ତେବେ ଆସନ୍ତୁ ଜାଣିବା ଚାରୋଟି ଯୋଗାସନ ବିଷୟରେ ଯାହା ବୃଦ୍ଧାବସ୍ଥାରେ ଶରୀରର ନମନୀୟତାକୁ ବଢେଇ ଦେବ।

ପାର୍ଶ୍ୱୋତ୍ତାନାସନ:

ଏହି ଆସନ ଶରୀରର ଅଣ୍ଟା, ପାପୁଲି ଏବଂ ଶରୀରର ନିମ୍ନ ଅଂଶକୁ ମଜଭୁତ କରିବାରେ ସାହାଯ୍ୟ କରେ। ଏହି ଆସନ କରିବାକୁ ହେଲେ ସିଧା ଠିଆ ହୋଇ ଦୀର୍ଘ ଶ୍ୱାସ ନେଇ ଅଳ୍ପ ଡେଇଁ ଦୁଇ ପାଦକୁ ତିନିରୁ ଚାରି ଫୁଟ ଦୂରରେ ରଖନ୍ତୁ। ଦୁଇ ହାତକୁ ଜଙ୍ଘ ଉପରେ ରଖି ଡାହାଣ ଗୋଡକୁ ଆଗକୁ ନିଅନ୍ତୁ। ଏହା ପରେ ଉଭୟ ହାତକୁ ଉପରକୁ ଉଠାନ୍ତୁ ଏବଂ ଶ୍ୱାସ ନେଇ ହାତକୁ ଭୂମି ଆଡକୁ ଆଣନ୍ତୁ। ଡାହାଣ ଗୋଡର ଆଣ୍ଠୁରେ କପାଳକୁ ସ୍ପର୍ଶ କରନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ, ପୁଣି ସିଧା ଠିଆ ହୁଅନ୍ତୁ। ଏହା ପରେ ଅନ୍ୟ ଗୋଡରେ ସମାନ ପ୍ରକ୍ରିୟା କରନ୍ତୁ।

ଅଧୋମୁଖଶ୍ୱାନାସନ:

ଏହି ଯୋଗାସନ କରିବା ପାଇଁ, ପ୍ରଥମେ ଠିଆ ହୋଇ ଅଣ୍ଟାକୁ ଭାଙ୍ଗି ପାପୁଲିକୁ ଦୁଇ ପାଦ ସାମ୍ନାରେ ରଖନ୍ତୁ। ଏହାପରେ ଗୋଟିଏ ପରେ ଗୋଟିଏ ଗୋଡ ପଛକୁ ନିଅନ୍ତୁ। ଆଣ୍ଠୁ ଓ ହାତକୁ ସିଧା ରଖି ଅଣ୍ଟାକୁ ଯେତେ ସମ୍ଭବ ଉପରଅକୁ ଉଠାନ୍ତୁ। ଆପଣଙ୍କ ଶରୀର ଯେପରି ଏକକ ଓଲଟା ଭି ଆକୃତିରେ ରହିବ। ଏହିପରି ରହି ଗୋଡକୁ ଏକାଠି କରନ୍ତୁ। ଚଟାଣ ସହିତ ପାଦଦୁ ପୂରା ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତୁ। କିଛି ସେକେଣ୍ଡ ରହିବା ପରେ ରିଲାକ୍ସ ହୁଅନ୍ତୁ ଏବଂ ଏହାକୁ ପୁନରାବୃତ୍ତି କରନ୍ତୁ।

ମଳାସନ:

ଏହି ଆସନ କରିବା ପାଇଁ, ସର୍ବପ୍ରଥମେ ମଳତ୍ୟାଗ କରିବା ଅବସ୍ଥାରେ ବସନ୍ତୁ। ଏବେ ଦୁଇ ପାପୁଲିକୁ ଯୋଡି ନମସ୍କାର ମୁଦ୍ରାରେ ରଖନ୍ତୁ। କାନ୍ଧକୁ ଆଣ୍ଠୁ ଉପରେ ରଖନ୍ତୁ। ଏହି ଅବସ୍ଥାରେ ରହି ଧୀରେ ଓ ଗଭୀର ଶ୍ୱାସ ନିଅନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ, ଆରାମରେ ଛିଡା ହୁଅନ୍ତୁ। ଏହି ଆସନକୁ ପ୍ରତିଦିନ ସକାଳେ ଅତିକମରେ ଦଶ ମିନିଟ୍ କରିବା ଉଚିତ।

ଉତ୍ତାନାସନ:

ଏହି ଆସନ କରିବାକୁ, ସର୍ବପ୍ରଥମେ ସିଧା ଠିଆ ହୁଅନ୍ତୁ। ତା’ପରେ ଏକ ଦୀର୍ଘ ଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ। ଏହାପରେ ଶ୍ୱାସ ଛାଡି ହାତକୁ ଭୂମି ଆଡକୁ ଆଣନ୍ତୁ। ଏହା କରିବାବେଳେ ଆପଣଙ୍କ ପାଦ ଆଙ୍ଗୁଠିକୁ ଛୁଇଁବାକୁ ଚେଷ୍ଟା କରନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହିବା ପରେ ମୂଳ ଅବସ୍ଥାକୁ ଫେରି ଆସନ୍ତୁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/pTVxvhr
ଏହି ୪ ସହଜ ଆସନ କରି ଚିରଦିନ ଯୁବକ ରୁହନ୍ତୁ Pramod Behera ଏହି ୪ ସହଜ ଆସନ କରି ଚିରଦିନ ଯୁବକ ରୁହନ୍ତୁ Pramod Behera Reviewed by SUBHENDU BARAL on July 26, 2022 Rating: 5

No comments:

Powered by Blogger.